ETV Bharat / bharat

କୋରୋନା ସଚେତନ: ଧାଡିରେ ଛିଡା ହୋଇ ପରିବା କିଣିଲେ ଲୋକେ - ସାମାଜିକ ଦୂରତା

ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ପ୍ରଧାନମନ୍ତ୍ରୀଙ୍କ ଆଶ୍ବାସନା ପରେ ମଧ୍ୟ ଲୋକେ ଆତଙ୍କିତ ହୋଇ ଅନେକ ସାମଗ୍ରୀ କିଣିନେଉଛନ୍ତି । ଫଳରେ ଦେଶର ଅନେକ ସ୍ଥାନର ଗୋଟିଏ ଗୋଟିଏ ଜାଗାରେ ପ୍ରବଳ ଭିଡ ହୋଇଥିବାର ଦେଖାଯାଇଛି । ଅଧିକ ପଢନ୍ତୁ...

କୋରୋନା ଭୟ: ସଚେତନ ଜନତା
କୋରୋନା ଭୟ: ସଚେତନ ଜନତା
author img

By

Published : Mar 25, 2020, 8:58 PM IST

ଅମରାବତୀ: 21 ଦିନିଆ ଲକଡାଉନ ଘୋଷଣା ପରେ ଲୋକେ ଛାନିଆ ହୋଇପଡିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସମସ୍ତ ଦୋକାନ, ପରିବା ହାଟରେ ଭିଡ ଜମାଇଛନ୍ତି । ସରକାରଙ୍କ ସମସ୍ତ କଟକଣା ଓ ସଚେତନତାକୁ ଭୁଲି ଗୋଟିଏ ଜାଗାରେ ଏକାଠି ହୋଇଛନ୍ତି ଅନେକ ଲୋକ । ବିଭିନ୍ନ ସର୍ବସାଧାରଣ ଜାଗାରେ ସରକାରଙ୍କ ଗାଇଡଲାଇନକୁ ଲୋକେ ଭୁଲିଯାଇଥିବା ଦେଖାଯାଇଛି ।

ତେବେ ଏପରି ସମୟରେ ଆନ୍ଧ୍ର ପ୍ରଦେଶର ବିଜୟନଗରମର ବବ୍ବଲି ସହରବାସୀ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସହରର ଏକ ହାଟରେ ପରିବା କିଣିବାକୁ ଯିବା ସମୟରେ ଲୋକମାନେ ଲାଇନ ବାନ୍ଧି ଛିଡା ହୋଇଛନ୍ତି । ଏହାସହ ସମସ୍ତେ ପରସ୍ପର ଠାରୁ ଏକ ମିଟର ଦୂରତ୍ବ ବଜାୟ ରଖିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଓ ନିୟମକୁ ସଠିକ ଭାବେ ପାଳନ କରିଛନ୍ତି । ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ଛିଡା ହୋଇଛନ୍ତି ।

ଯେଉଁଠି ଲୋକେ ପରିବା ଓ ସଉଦା କିଣିବାକୁ ପରସ୍ପରକୁ ଠେଲାପେଲା କରୁଥିବାର ଦେଖାଯାଉଛି ସେଠାରେ ଏହି ସହରବାସୀ ବେଶ ଶୃଙ୍ଖଳିତ ଭାବେ ଧାଡି ବାନ୍ଧି ନିଜ ପାଳିକୁ ଅପେକ୍ଷା କରିଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ପ୍ରଶଂସା କରିଛନ୍ତି । ଅନ୍ୟ ସମସ୍ତ ଲୋକଙ୍କ ପାଇଁ ଏମାନେ ଶୃଙ୍ଖଳା ଓ ସୁସ୍ଥତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ପ୍ରଧାନମନ୍ତ୍ରୀଙ୍କ ଆଶ୍ବାସନା ପରେ ମଧ୍ୟ ଲୋକେ ଆତଙ୍କିତ ହୋଇ ଅନେକ ସାମଗ୍ରୀ କିଣିନେଉଛନ୍ତି । ଫଳରେ ଦେଶର ଅନେକ ସ୍ଥାନର ଗୋଟିଏ ଗୋଟିଏ ଜାଗାରେ ପ୍ରବଳ ଭିଡ ହୋଇଥିବାର ଦେଖାଯାଇଛି । ଲୋକଙ୍କ ଠେଲାପେଲା ମଧ୍ୟରେ କୋରୋନା ସଂକ୍ରମଣର ଡର ଅଧିକ ବଢିଯାଇଛି । ଘରେ ରହିବାକୁ ନିର୍ଦ୍ଦେଶ ଥିବାବେଳେ ଏପରି ଘଟଣା ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି ।

Source- ANI Twitter

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.