ETV Bharat / bharat

200 କୋଟିର ଜମି ଜାଲିଆତିରେ ଚପରାସୀଙ୍କୁ ଆଜୀବନ ସଜା

author img

By

Published : Mar 1, 2020, 11:17 PM IST

ଭୋପାଳ ଜିଲ୍ଲା କଲେକ୍ଟର ଅଫିସର ପୂର୍ବତନ ପିଓନ ବାବୁଲାଲ ସୁନାହର(62) ଙ୍କୁ ନକଲି କାଗଜପତ୍ର ଯୋଗାଡ କରି 200କୋଟିର ସରକାରୀ ଜମି ବିକ୍ରି ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଭୋପାଳ: ଚପରାସୀଙ୍କୁ 200କୋଟିର ଜମି ଦୁର୍ନୀତିରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସ୍ଥାନୀୟ ଏକ ଅଦାଲତ । ଭୋପାଳ ଜିଲ୍ଲା କଲେକ୍ଟର ଅଫିସର ପୂର୍ବତନ ପିଓନ ବାବୁଲାଲ ସୁନାହର(62) ଙ୍କୁ ନକଲି କାଗଜପତ୍ର ଯୋଗାଡ କରି 200କୋଟିର ସରକାରୀ ଜମି ବିକ୍ରି ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଶନିବାର ସ୍ବତନ୍ତ୍ର ବିଚାରପତି ସଞ୍ଜୀବ ପାଣ୍ଡେ ଶୁଣାଣି କରେ ବାବୁଲାଲଙ୍କ ନଅ ଜଣ ସହଯୋଗୀଙ୍କୁ ଦଣ୍ଡାଦେଶ ଦେଇଛନ୍ତି । ସେହିପି ବାବୁଲାଲଙ୍କ ଉପରେ 4 ଲକ୍ଷ ଟଙ୍କା ଜରିମାନା ମଧ୍ୟ ଆଦାୟ କରିବାକୁ ନିର୍ଦେଶ ଦେଇଛନ୍ତି ।

ଏହି ମାମଲାରେ ଅନ୍ୟ ପ୍ରମୁଖ ଅଭିଯୁକ୍ତ ସଞ୍ଜୀବ ବିସରିଆ ଏବଂ ମାୟା ବିସରିଆ, ପ୍ରୀତି ବିସରିଆ, ଆଲପାନା ବିସାରିୟା, ଅମିତା ବିସରିଆ ଏବଂ ଶୈଳେନ୍ଦ୍ର କୁମାର ଜେନାଙ୍କୁ 10 ବର୍ଷ ଜେଲ ଦଣ୍ଡ ଏବଂ ପ୍ରତ୍ୟେକଙ୍କୁ 3 ଲକ୍ଷ ଟଙ୍କା ଜରିମାନା କରାଯାଇଛି ।

ସେହିପରି ଏହି ମାମଲାରେ ଅନ୍ୟ ଦୁଇଜଣ ମହିଳା ରୂପଶ୍ରୀ ଜୈନ ଏବଂ ସାବିତ୍ରୀବାଇଙ୍କୁ 7 ବର୍ଷ ଜେଲ ଦଣ୍ଡ ଏବଂ ପ୍ରତ୍ୟେକଙ୍କୁ 2 ଲକ୍ଷ ଟଙ୍କା ଜୋରିମାନା ହୋଇଛି । ଏଥିସହ ଦଶମ ଅଭିଯୁକ୍ତ ଅନୱାର ଖାନଙ୍କୁ 5ବର୍ଷ ଦଣ୍ଡିତ କରାଯାଇ ଏକ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି । ଏହାସହ ସମସ୍ତ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.