ETV Bharat / bharat

ଜୁଲାଇ 1-15 ମଧ୍ୟରେ ହେବ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା

author img

By

Published : May 8, 2020, 7:30 PM IST

ଦୀର୍ଘ ଦିନ ଧରି ଲକଡାଉନ ପାଇଁ ଘରେ ବସି ଛାତ୍ରଛାତ୍ରୀମାନେ ସ୍ଥଗିତ ପରୀକ୍ଷାର ସୂଚୀ ଜାଣିବା ପାଇଁ ଅନେଇ ବସିଥିବା ବେଳେ ଶୁକ୍ରବାର ପରୀକ୍ଷାର ପୁନଃ ପରିଚାଳନା ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଏନେଇ ଖୁବଶୀଘ୍ର ଏକ ସବିଶେଷ ସୂଚୀ ଜାରି କରିବ ।

CBSE exam, pending cbse exam amid lockdown, pending cbse 10, 12 exam,  ମାନବ ସମ୍ବଳ ବିକାଶ ମନ୍ତ୍ରୀ, ରମେଶ ପୋଖରିୟାଲ, ସିବିଏସଇ ପରୀକ୍ଷା, ଲକଡାଉନରେ ସ୍ଥଗିତ ସିବିଏସଇ ପରୀକ୍ଷା, ସ୍ଥଗିତ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା
ଜୁଲାଇ 1-15 ମଧ୍ୟରେ ହେବ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକଡାଉନ । ତୃତୀୟ ପର୍ଯ୍ୟାୟରେ ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ ସ୍ଥଗିତ ରହିଥିବା ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ପରିଚାଳନା ପାଇଁ ଘୋଷଣା ହୋଇଛି ନୂଆ ତାରିଖ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଏନେଇ ସୂଚନା ଦେଇ କହିଛନ୍ତି କି ଆଗାମୀ ଜୁଲାଇ 1ରୁ 15 ମଧ୍ୟରେ ସ୍ଥଗିତ ପରୀକ୍ଷାର ପୁନଃପରିଚାଳନା ହେବ ।

  • लंबे समय से #CBSE की 10वीं और 12वीं की बची हुई परीक्षाओं की तिथि का इंतज़ार था, आज इन परीक्षाओं की तिथि 1.07.2020 से 15.07.2020 के बीच में निश्चित कर दी गई है। मैं इस परीक्षा में भाग लेने वाले सभी विद्यार्थियों को अपनी शुभकामनाएं देता हूँ।@HRDMinistry @PIB_India @DDNewslive pic.twitter.com/NVexiKgVA1

    — Dr Ramesh Pokhriyal Nishank (@DrRPNishank) May 8, 2020 " class="align-text-top noRightClick twitterSection" data=" ">

ଦୀର୍ଘ ଦିନ ଧରି ଲକଡାଉନ ପାଇଁ ଘରେ ବସି ଛାତ୍ରଛାତ୍ରୀମାନେ ସ୍ଥଗିତ ପରୀକ୍ଷାର ସୂଚୀ ଜାଣିବା ପାଇଁ ଅନେଇ ବସିଥିବା ବେଳେ ଶୁକ୍ରବାର ପରୀକ୍ଷାର ପୁନଃ ପରିଚାଳନା ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଏନେଇ ଖୁବଶୀଘ୍ର ଏକ ସବିଶେଷ ସୂଚୀ ଜାରି କରିବ । ସୂଚନା ଅନୁଯାୟୀ ସ୍ଥଗିତ ହୋଇଥିବା ପ୍ରାୟ 90 ପରୀକ୍ଷା ମଧ୍ୟରୁ 29ଟି ପରୀକ୍ଷା ପୁନଃ ପରିଚାଳନା କରିବା ପାଇଁ ଗତ ଏପ୍ରିଲ 1ତାରିଖରେ ଘୋଷଣା କରିଥିଲା ସିବିଏସଇ ।

ଉତ୍ତର ପୂର୍ବ ଦିଲ୍ଲୀରେ ରହୁଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଦଙ୍ଗା ପରିସ୍ଥିତି ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ । କେବଳ ସେମାନଙ୍କ ପାଇଁ ପରୀକ୍ଷ ପୁନଃପରିଚାଳନା ହେବ । ସେପଟେ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ଅଗଷ୍ଟ ଶେଷ ସୁଦ୍ଧା ଘୋଷଣା କରାଯିବା ନେଇ ଜଣା ପଡିଛି । ଏହାପରେ ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ନିଜର ମେରିଟ ଲିଷ୍ଟ ପ୍ରକାଶ କରିବା ନେଇ ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.