ETV Bharat / bharat

ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ପ୍ରଭାରି ପିସି ଚାକୋ

author img

By

Published : Feb 12, 2020, 4:02 PM IST

ଦିଲ୍ଲୀ ପ୍ରଦେଶ କଂଗ୍ରେସ ପ୍ରଭାରି ପିସି ଚାକୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି ।

pc-chacko-resigns
ଦିଲ୍ଲୀ କଂଗ୍ରେସ ପ୍ରଭାରି ପିସି ଚାକୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ଏହାପରେ ପରାଜୟର ଦାୟିତ୍ବ ନିଜ ମୁଣ୍ଡ ଉପରକୁ ନେଇ ଇସ୍ତଫା ଦେଉଛନ୍ତି ଦଳର ବରିଷ୍ଠ ନେତା । ମଙ୍ଗଳବାର ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ଦିଲ୍ଲୀ କଂଗ୍ରେସ କମିଟିର ଅଧ୍ୟକ୍ଷ ସୁଭାଷ ଚୋପଡା ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଜି(ବୁଧବାର) ଦଳର ଆଉ ଜଣେ ବରିଷ୍ଠ ନେତା ଇସ୍ତଫା ଦେଇଥିବା ଜଣା ପଡିଛି ।

ଦିଲ୍ଲୀ ପ୍ରଦେଶ କଂଗ୍ରେସ ପ୍ରଭାରି ପିସି ଚାକୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି । ଏହା ପୂର୍ବରୁ ଚାକୋ କଂଗ୍ରେସର ପରାଜୟ ପାଇଁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଶୀଲା ଦିକ୍ଷିତଙ୍କୁ ଦାୟୀ କରିଥିଲେ । ଦିଲ୍ଲୀରେ କଂଗ୍ରେସର ସ୍ଥିତିକୁ ନେଇ ସେ କହିଥିଲେ, '2013 ମସିହାରେ ଶୀଲା ଦିକ୍ଷିତ ମୁଖ୍ୟମନ୍ତ୍ରୀ ଥିବା ସମୟରୁ ହିଁ ଦିଲ୍ଲୀରେ କଂଗ୍ରେସର ସ୍ଥିତି ଖରାପ ହେବା ଆରମ୍ଭ ହୋଇଥିଲା । ଆମ ଆଦମି ପାର୍ଟିର ଉଦ୍ଦେଶ୍ୟ ସହ କଂଗ୍ରେସର ପରମ୍ପରାଗତ ଭୋଟବ୍ୟାଙ୍କ ଆପ ଆଡକୁ ଢଳିଥିଲା । ଯାହା ଆଜି ପର୍ଯ୍ୟନ୍ତ ଆଉ ଫେରିପାରିଲା ନାହିଁ । '

ତେବେ ଚାକୋଙ୍କ ଏହି ବୟାନ ପରେ କଂଗ୍ରେସ ନେତା ମିଲିନ୍ଦ ଦେବଡା ଟ୍ବିଟ କରି ଏଥିରେ କଡା ପ୍ରତିକ୍ରିୟା ରଖିଥିଲେ । ଶୀଲା ଦିକ୍ଷିତଙ୍କୁ ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ଦିଲ୍ଲା ବିଧାନସଭା ନିର୍ବାଚନରେ ଆପ୍‌ ମୋଟ 70 ଆସନରୁ 62ଟିରେ ବିଜୟ ହାସଲ କରି ପୂର୍ବ ଲୋକପ୍ରିୟତା ବଜାୟ ରଖିଛି । ସେପଟେ ବିଜେପି 8 ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ଗୋଟିଏ ମଧ୍ୟ ଆସନ ହାସଲ କରିପାରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.