ETV Bharat / bharat

କାର୍ଯ୍ୟକଳାପକୁ ସମାଲୋଚନା କରିବା ପଡ଼ିଲା ମହଙ୍ଗା, ମୁଖ୍ୟ ବିଚାରପତି ସହଯୋଗୀଙ୍କୁ କଲେ କାର୍ଯ୍ୟମୁକ୍ତ - ରାଜ୍ୟ ନ୍ୟାୟପାଳିକା

ନ୍ୟାୟପାଳିକାର କାର୍ଯ୍ୟକଳାପକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପଡ଼ିଲା ମହଙ୍ଗା । ବିହାର ହାଇକୋର୍ଟର ମୁଖ୍ୟ ବିଚାରପତି ନିଜର ସହଯୋଗୀଙ୍କୁ ସମସ୍ତ ମାମଲାର ଶୁଣାଣି କରିବାରୁ ହଟାଇ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 30, 2019, 8:47 AM IST

ପାଟନା: ନ୍ୟାୟପାଳିକାର କାର୍ଯ୍ୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ଜଣେ ବିଚାରପତିଙ୍କ ପାଇଁ ମହଙ୍ଗା ପଡ଼ିଛି । ବିହାର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏପି ଶାହି ସହଯୋଗୀ ରାକେଶ କୁମାରଙ୍କ ଲାଇସେନ୍ସ ବାତିଲ କରିବା ସହିତ ତାଙ୍କ ନିକଟରେ ଥିବା ସମସ୍ତ ମାମଲାକୁ ନିଜ କାର୍ଯ୍ୟ ପରିସୀମା ମଧ୍ୟକୁ ନେଇ ଯାଇଛନ୍ତି । ଏହା ସହିତ ରାକେଶ କୌଣସି ମାମଲାର ଶୁଣାଣି କରିପାରିବେ ନାହିଁ ବୋଲି ଏକ ନୋଟିସ ମାଧ୍ୟମରେ ଶୁଣାଇଛନ୍ତି ।

ମିଳିଥିବା ସୂଚନା ମୁତାବକ ବରିଷ୍ଠ ପ୍ରଶାସନିକ ଅଧିକାରୀ କେ.ପି. ରମୈୟାଙ୍କର କୌଣସି ଏକ ମାମଲାର ଶୁଣାଣି କରୁଥିଲେ ରାକେଶ କୁମାରଙ୍କ ନେତୃତ୍ବାଧିନ ଖଣ୍ଡପୀଠ । ଶୁଣାଣି ସମୟରେ ବିଭିନ୍ନ ଦିଗ ଉପରେ ସେ କଡ଼ା ଟିପ୍ପଣୀ ଦେବା ସହିତ ରାଜ୍ୟ ନ୍ୟାୟପାଳିକାର କାର୍ଯ୍ୟ ଉପରେ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ଖୁବ ସମାଲୋଚନା କରିଥିଲେ । ଏହା ସହିତ ବିଚାରପତି ରାକେଶ କୁମାର ପ୍ରଶ୍ନ କରିଥିଲେ ଯେ, ରମୈୟାଙ୍କୁ କିଭଳି ଭାବେ ନିମ୍ନ କୋର୍ଟ ଜାମିନ ପ୍ରଦାନ କରିଥିଲା ।

ତେବେ ଏଥିରେ କ୍ଷୁବ୍ଧ ହୋଇ ଏହାକୁ ଘୋର ବିରୋଧ କରିଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଏପି ଶାହି । 11 ଜଣିଆ ଖଣ୍ଡପୀଠ ଗଠନ କରି ମୁଖ୍ୟ ବିଚାରପତି କହିଛନ୍ତି ଯେ, ରାକେଶ କୁମାରଙ୍କ ଏଭଳି ନିଷ୍ପତ୍ତିରେ ନ୍ୟାୟପାଳିକା ପ୍ରତି ଘୋର କ୍ଷତି ପହଞ୍ଚାଇଛି । ଏହା ସହିତ ତାଙ୍କ ନିକଟରୁ ସମସ୍ତ ମାମଲାକୁ ନିଜ ଅକ୍ତିଆରକୁ ନେଇଥିଲେ । ଏପରିକି ସେ କୌଣସି ମାମଲାର ଶୁଣାଣି କରିପାରିବେ ନାହିଁ ବୋଲି ମୁଖ୍ୟ ବିଚାରପତି ନିଜ ଶୁଣାଣିରେ କହିଥିଲେ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.