ETV Bharat / bharat

ଅଜବ ଡାକ୍ତରଖାନା, ଯେଉଁଠି ଜ୍ୟୋତିଷ ଦେଖନ୍ତି ରୋଗୀ

ଡାକ୍ତରଖାନାରେ ଜ୍ୟୋତିଷ । କୌଣସି ରୋଗ ଦେଖେଇବା ପାଇଁ ନୁହେଁ ବରଂ ରୋଗ ଦେଖିବା ପାଇଁ ଏଠାରେ ଅଛନ୍ତି ଜ୍ୟୋତିଷ । ଆଉ କରୁଛନ୍ତି ରୋଗୀ ଚିକିତ୍ସା ।

author img

By

Published : May 28, 2019, 11:28 AM IST

Updated : May 28, 2019, 11:35 AM IST

ଫଟୋ ସୌଜନ୍ୟ : ଏଏନଆଇ

ଜୟପୁର: ଏଠି ଡାକ୍ତର ନୁହେଁ ଜ୍ୟୋତିଷ କରନ୍ତି ରୋଗୀ ଚିକିତ୍ସା । ଏହି ଅଜବ ହସ୍ପିଟାଲ ରହିଛି ପିଙ୍କ ସିଟି ଜୟପୁରରେ । ଡାକ୍ତରଖାନାରେ ଥିବା ଡାକ୍ତରଙ୍କ କହିବା ଅନୁସାରେ, ଜ୍ୟୋତିଷଙ୍କ ସାହାଯ୍ୟରେ ରୋଗୀର ରୋଗ ଚିହ୍ନିବା ସହଜ ହେଉଥିବା ବେଳେ ମାନସିକ ସ୍ତରରେ ସେମାନଙ୍କୁ କାଉନସେଲିଂ କରିବାରେ ସମସ୍ୟା ହେଉନାହିଁ।

ପିଙ୍କ ସିଟିର ବୈଶାଳୀ ନଗରରେ ୟୁନିକ ସଙ୍ଗୀତା ମେମୋରିୟଲ ହସ୍ପିଟାଲ ନାମରେ ରହିଛି ଏହି ଆଷ୍ଟ୍ରୋ-ମେଡିକାଲ । ଭାରତୀୟ ସଂସ୍କୃତିରେ ଜ୍ୟୋତିଷ ବିଦ୍ୟାର ଅନେକ ଗୁରୁତ୍ବ ରହିଛି । ତେଣୁ ଆମ ଡାକ୍ତରଖାନାରେ ରହିଛନ୍ତି ଜଣେ ଜ୍ୟୋତିଷ । ରୋଗୀ ଆସିବା କ୍ଷଣି ସେ ଦେଖି କୁହନ୍ତି ରୋଗୀ ଭିତରେ କେଉଁ ରୋଗ ରହିଛି । ଏହାପରେ ଚିକିତ୍ସା ଆରମ୍ଭ ହୋଇଥାଏ ବୋଲି କହିଛନ୍ତି ଡାକ୍ତର ମହେଶ କୁଲକର୍ଣ୍ଣି ।

ଏହି ଡାକ୍ତରଖାନାରେ ରହିଛନ୍ତି 22 ଜଣ କର୍ମଚାରୀ । ଏହାଛଡା ପଣ୍ଡିତ ଅଖିଳେଶ ଶର୍ମା ଜ୍ୟୋତିଷୀ ବିଦ୍ୟାରେ ରୋଗୀ ଦେଖନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ 70 ଜଣ ରୋଗୀଙ୍କ ଚିକିତ୍ସା ହୋଇଥିବା ଜଣାପଡିଛି ।

Intro:Body:Conclusion:
Last Updated : May 28, 2019, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.