ETV Bharat / bharat

କୋଭିଡ୍-19 ମୁକାବିଲା, ଟ୍ରାଭେଲ୍ ହିଷ୍ଟ୍ରି ଲୁଚେଇଥିଲେ ପାସପୋର୍ଟ ହେବ ରଦ୍ଧ

author img

By

Published : Apr 5, 2020, 12:53 PM IST

ଟ୍ରାଭେଲ୍ ହିଷ୍ଟ୍ରି ଲୁଚେଇଵା କାରଣରୁ ଏହି ମହାମାରୀ ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବିଦେଶରୁ ଫେରିଥିବା ଲୋକ ଟ୍ରାଭେଲ୍ ହିଷ୍ଟ୍ରି ଲୁଚେଇଥିଲେ ପାସପୋର୍ଟ ହେବ ରଦ୍ଧ।

travel history
କୋଭିଡ୍-19 ମୁକାବିଲା, ଟ୍ରାଭେଲ୍ ହିଷ୍ଟ୍ରି ଲୁଚେଇଥିଲେ ପାସପୋର୍ଟ ହେବ ରଦ୍ଧ

ଚଣ୍ଡିଗଡ: କୋଭିଡ୍-19 ମୁକାଵିଲା ପାଇଁ ତମାମ ବିଶ୍ବ ପୁରା ଦମ୍ ରେ ଅଣ୍ଟା ଭିଡିଛି । କେବଳ ସାମାଜିକ ସଂକ୍ରମଣ ବା ଗୋଷ୍ଠୀ ସଂକ୍ରମଣ ବିଭିନ୍ନ ଦେଶରେ ଥିବା ସରକାରଙ୍କ ନିଦ ହଜେଇ ଦେଲାଣି । ଏହି ମହାମାରୀକୁ ରୋକିବା ନିମନ୍ତେ କେବଳ କ୍ଵାରେନଟାଇନ୍ ଏକମାତ୍ର ବିକଳ୍ପ ହୋଇଥିବା ବେଳେ କୌଣସି ବ୍ୟକ୍ତିର ଟ୍ରାଭେଲ୍ ହିଷ୍ଟ୍ରି ଜାଣିବା ଜରୁରୀ ହୋଇପଡିଛି ।

ସାଧାରଣ ଭାବେ ଲୋକମାନେ ଟ୍ରାଭେଲ୍ ହିଷ୍ଟ୍ରି ଲୁଚେଇଵା କାରଣରୁ ଏହି ମହାମାରୀ ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଯଦି ଦେଖାଯାଏ ତେବେ ବିଦେଶରୁ ଫେରିଥିବା ଲୋକଙ୍କ ରକ୍ତନମୂନାରେ ଏହି ଭୂତାଣୁ ଅଧିକ ଦେଖିବାକୁ ମିଳୁଛି । ଏଣୁ କୌଣସି ବ୍ୟକ୍ତି ବିଦେଶରୁ ଫେରିଥିଲେ, କ୍ଵାରେନଟାଇନ୍ ସହିତ ସରକାରଙ୍କୁ ଏ ସଂପର୍କରେ ଜଣେଇବା ଜରୁରୀ ଵୋଲି ସୂଚନା ଦିଆଯାଇ ଆସୁଛି । ହେଲେ ଅନେକାଂଶରେ ଏହି କାର୍ଯ୍ୟକୁ ଵିଦେଶ ଫେରନ୍ତା ଲୋକ କରୁନାହାନ୍ତି । ଯେଉଁଥି ପାଇଁ ଦେଶର ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି ।

ଏଭଳି କ୍ଷେତ୍ରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯଦି ପଞ୍ଜାବର କୌଣସି ନାଗରିକ ବିଦେଶ ଫେରନ୍ତା ହୋଇଥିବେ ଏବଂ ଏ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କୁ ଲୁଚାନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କର ପାସପୋର୍ଟକୁ ତୁରନ୍ତ ରଦ୍ଧ କରାଯିବ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି ।

କୋରୋନା ମୁକାବିଲା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଆଗାମୀ 3 ମାସ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟଋତ କୌଣସି କର୍ମଚାରୀ ରିର୍ଟାଏଡ୍ କରି ପାରିବେ ନାହିଁ । ସେମାନଙ୍କ କାର୍ଯ୍ୟକାଳ ଅବଧିକୁ 3ମାସ ବଢେଇ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.