ଚେନ୍ନାଇ: ପୁଣି ଚେନ୍ନାଇ ବିମାନବନ୍ଦରରୁ ଜବତ ହେଲା ବେଆଇନ ସୁନା । ଶନିବାର ତାମିଲନାଡୁ ଚେନ୍ନାଇ ବିମାନବନ୍ଦରର ପ୍ରସ୍ଥାନ ବେଳେ ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ ଅଧିକାରୀ ଜବତ କରିଛନ୍ତି 310 ଗ୍ରାମ ସୁନା ପେଷ୍ଟ । ସୂଚନା ଅନୁସାରେ ଧରାପଡିଥିବା ବ୍ୟକ୍ତି ନିଜ ମଳଦ୍ବାରରେ ରଖିଥିଲା ତିନୋଟି ବଣ୍ଡଲ ସୁନା ପେଷ୍ଟ । କଷ୍ଟମ ବିଭାଗର ଅଧିକରୀଙ୍କ ବ୍ୟକ୍ତି ଜଣକ ଉପରେ ସନ୍ଦେହ ହେବାରୁ ଛାନଭିନ ଆରମ୍ଭ ହୋଇଥିଲା । ଏହି ସୁନା ପେଷ୍ଟ ମଧ୍ୟରୁ 271 ଗ୍ରାମ ସୁନା ନିଷ୍କାସନ ହୋଇଛି । ଏହି ସୁନାର ମୂଲ୍ୟ 14 ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ ବିଭାଗ ଅନୁମାନ କରିଛି ।
ସେହିପରି ସମାନ ସମୟରେ ଅନ୍ୟ ଏକ ସୁନା ଚାଲାଣକାରୀ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ 48ଟି ବଣ୍ଡଲ ସୁନା ପେଷ୍ଟ ଜବତ ହୋଇଛି । ଏହାର ଓଜନ ପ୍ରାୟ 7.72 କିଲୋଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ରହିଛି 3 କୋଟି 93 ଲକ୍ଷ ଟଙ୍କା । ଏହି ଘଟଣାରେ 9 ଜଣ ଯାତ୍ରୀଙ୍କୁ ଗିରଫ କରିଛି କଷ୍ଚମ ବିଭାଗ । ସେପଟେ ବିମାନ ବନ୍ଦରରୁ ଅନ୍ୟ ଏକ ମାମଲାରେ 12ଟି ସୁନା ବିସ୍କୁଟ ଜବତ ହୋଇଛି । ଏହାର ଓଜନା ପ୍ରାୟ 386 ଗ୍ରାମ ହୋଇଥିବା ବେଳେ 74 ଗ୍ରାମର ଏକ ସୁନା ଚେନ ମଧ୍ୟ ଜବତ କରିଛି କଷ୍ଟମ ବିଭାଗ । ଦିନକରେ ସମୁଦାୟ 8 କୋଟି 18 ଲକ୍ଷ ଟଙ୍କାର ବେଆଇନ ସୁନା ଜବତ କରିଛି କଷ୍ଟମ ବିଭାଗ ।
@ANI