ETV Bharat / bharat

ବାଚସ୍ପତି ଓମ ବିର୍ଲାଙ୍କ ଉଗ୍ରରୂପ; ସଂସଦକୁ ପୋଷ୍ଟର ବ୍ୟାନର ଆଣିଲେ ସିଧା ନିଲମ୍ବିତ - ପୋଷ୍ଟର ବ୍ୟାନର ଆଣିଲେ ସିଧା ନିଳମ୍ବିତ

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉଗ୍ରରୂପ । ଲୋକସଭାରେ ବିଶୃଙ୍ଖଳା କଲେ ସିଧା ନିଲମ୍ବିତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

speaker om birla
speaker om birla
author img

By

Published : Mar 3, 2020, 11:27 PM IST

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ଲୋକସଭା ଓ ରାଜ୍ୟସଭାରେ ଦିଲ୍ଲୀ ହିଂସାକୁ ନେଇ ଯୋରଦାର ହଙ୍ଗାମା ହୋଇଥିଲା । ଦ୍ବିତୀୟ ଦିନର କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ନେତୃତ୍ବରେ ବିରୋଧୀ ସାଂସଦ ହଙ୍ଗାମା ଆରମ୍ଭ କରିଦେଇଥିଲେ । ସାଂସଦଙ୍କ ଆଚରଣରେ ବାଚସ୍ପତି ଓମ ବିର୍ଲା କ୍ଷୁବ୍ଧ ହେବାସହ ସାଂସଦଙ୍କୁ ପ୍ରଚଣ୍ଡ ତାଗିଦ କରିଥିଲେ । ବାଚସ୍ପତି ସଂସଦରେ ହଙ୍ଗାମା ନକରିବାକୁ ଚେତାବନୀ ଦେଇଥିଲେ । ଚେତାବନୀ ଦେଇ କହିଥିଲେ ସଭ୍ୟମାନେ ଯଦି ସୁଧୁରିବେ ନାହିଁ ସେ ଚଳିତ ଅଧିବେଶନରୁ ଉକ୍ତ ସାଂସଦଙ୍କୁ ନିଳମ୍ବିତ କରିବେ ।

ପୋଷ୍ଟର ବ୍ୟାନର ଆଣିଲେ ସିଧା ନିଳମ୍ବିତ

ବାଚସ୍ପତି ବିର୍ଲା କହିଥିଲେ ସାଂସଦ ମାନେ ସଂସଦକୁ ପ୍ଲାକାର୍ଡ, ପୋଷ୍ଟର ବ୍ୟାନର ଆଣୁନ୍ତୁ ନାହିଁ । ଆଣିବା ପାଇଁ ସେ ଅନୁମତି ଦେବେ ନାହିଁ । ସାସଂଦ ମାନେ ଯଦି ବ୍ୟାନର ପୋଷ୍ଟର ଆଣିବେ ତେବେ ରାଜନୈତିକ ସ୍ତରରେ ଘୋଷଣା କରନ୍ତୁ । ଆମେ ବ୍ୟାନର ପୋଷ୍ଟର ଆଣିବୁ । ତେବେ ସେ ଅନୁମତି ଦେବେ । ନଚେତ ଯେଉଁଦଳର ସାସଂଦ ଆଣିବେ ସେ ନିଲମ୍ବିତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.