ETV Bharat / bharat

ଡିମାଣ୍ଡରେ ପାର୍ଲେଜି, ଲକଡାଉନରେ ପ୍ରଶଂସା ସାଉଣ୍ଟିଲା ବିସ୍କୁଟ

author img

By

Published : Jun 20, 2020, 12:23 PM IST

ଲକଡାଉନ୍ ସମୟରେ ପାର୍ଲେଜି ବିସ୍କୁଟ ବିକ୍ରି ନିଜର ସମସ୍ତ ରେକର୍ଡ ଭାଙ୍ଗିଛି । ମାର୍ଚ୍ଚରୁ ମେ ମଧ୍ୟରେ ଏହି ବିସ୍କୁଟର ପ୍ରବଳ ଚାହିଦା ରହିଥିବା ରିପୋର୍ଟ କହିଛି । ଅଧିକ ପଢନ୍ତୁ.

ଡିମାଣ୍ଡରେ ପାର୍ଲେଜି, ଲକଡାଉନରେ ପ୍ରଶଂସା ସାଉଣ୍ଟିଲା ବିସ୍କୁଟ
ଡିମାଣ୍ଡରେ ପାର୍ଲେଜି, ଲକଡାଉନରେ ପ୍ରଶଂସା ସାଉଣ୍ଟିଲା ବିସ୍କୁଟ

ହାଇଦ୍ରାବାଦ: ଗୋଟିଏ ପଟେ କୋରୋନା ପାଇଁ ତାଲାବନ୍ଦ କାରଣରୁ ଅନେକ ନିଜ ପ୍ରିୟ ପରିଜନଙ୍କ ସହ ଭେଟିବାରୁ ବଞ୍ଚିତ ହୋଇଥିଲେ । ଅନ୍ୟପଟେ ପରିବାର ସାଙ୍ଗରେ ରହି ଅନେକ ବିତାଇଥିଲେ ଖୁବ୍ ସୁନ୍ଦର ସମୟ । ଆଉ ଏହି ସମୟର ଖୁସିକୁ ଦ୍ବିଗୁଣିତ କରିଥିଲା ପରିବାର ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନର ମଜା ନେବା । ତେବେ ସନ୍ଧ୍ୟା ହେଲେ ଘରେ ଜମୁଥିବା ଚା’ର ଆସର । ଆଉ ଚା’ ସାଙ୍ଗକୁ ବିସ୍କୁଟର ମଜା ହିଁ ନିଆରା । ଯେଉଁଠି ବିସ୍କୁଟର କଥା ଆସେ ପ୍ରଥମେ ମନକୁ ଆସେ ପିଲାବେଳର ସେହି 1 ଟଙ୍କିଆ ବିସ୍କୁଟ ମାନେ ପାର୍ଲେଜି ।

ପିଲାବେଳର ସେହି ସ୍ମୃତିକୁ ପୁଣି ଫେରାଇ ଆଣିଥିଲା ଏହି ଲକଡାଉନ ସେଥିପାଇଁ ତ ଲକଡାଉନ୍ ସମୟରେ ପାର୍ଲେଜି ବିସ୍କୁଟ ବିକ୍ରି ନିଜର ସମସ୍ତ ରେକର୍ଡ ଭାଙ୍ଗିଛି । ମାର୍ଚ୍ଚରୁ ମେ ମଧ୍ୟରେ ଏହି ବିସ୍କୁଟର ପ୍ରବଳ ଚାହିଦା ରହିଥିବା ରିପୋର୍ଟ କହିଛି । ତେବେ ମାର୍ଚ୍ଚ 25ରୁ ଆରମ୍ଭ ହୋଇଥିବା ଦେଶବ୍ୟାପୀ ଲକଡାଉନ ସମୟରେ ବାହାରେ କାମ କରୁଥିବା ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ପାର୍ଲେଜି ସାଜିଥିଲା ଦୁଃଖ ବେଳର ସାଥୀ । ଗୋଟିଏ ପଟେ ଦେଶରେ ସମସ୍ତ ବ୍ୟବସାୟ ଏବଂ ବ୍ୟବସାୟୀ କ୍ଷତି ସହିଥିବାବେଳେ ପାର୍ଲେଜି ବିସ୍କୁଟ କିନ୍ତୁ ନିଜର ଲୋକପ୍ରିୟତା ସାଉଣ୍ଟିଛି ।

ପାର୍ଲେଜି ବିସ୍କୁଟର ବିକ୍ରି ଆଠ ଦଶନ୍ଧି ମଧ୍ୟରେ ରେକର୍ଡ କରି ସର୍ବୋତ୍ତମ ସ୍ତରକୁ ଯାଇଥିବା ଇକୋନୋମିକ୍ ଟାଇମ୍ସ ରିପୋର୍ଟ କହିଛି । ଏହାସହ ପାର୍ଲେଜି ବିକ୍ରୟରୁ 80ରୁ90 ପ୍ରତିଶତ ଅଭିବୃଦ୍ଧି ସହିତ କମ୍ପାନୀ ପ୍ରାୟ 5 ପ୍ରତିଶତ ବଜାର ଅଂଶ ହାସଲ କରିଛି ବୋଲି ପାର୍ଲ ପ୍ରଡକ୍ଟର ମାୟାନକ ଶାହା କହିଛନ୍ତି । ତେବେ ମହାମାରୀ ସମୟରେ ଲୋକଙ୍କୁ ଖାଦ୍ୟ ରିଲିଫ୍ ବଣ୍ଟନ ପାଇଁ କାର୍ଯ୍ୟ କରୁଥିବା ସରକାରୀ ଏବଂ ବେସରକାରୀ ସଂଗଠନ (ଏନଜିଓ) ମଧ୍ୟରେ ପାର୍ଲଜି ବିସ୍କୁଟର ମୂଲ୍ୟ ମଧ୍ୟ କମ୍ ରଖାଯାଇଥିଲା । ଏନେଇ ସୋସିଆଲ ମିଡିଆ ୟୁର୍ଜସ ଅନେକ ଟ୍ବିଟ ମଧ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.