ହାଇଦ୍ରାବାଦ: ସମାନ ସମୟରେ ସାରା ବିଶ୍ବ ମହାମାରୀ କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ସଂଘର୍ଷ କରୁଛି । ହେଲେ ସାରା ବିଶ୍ବ ପାଇଁ ତାଇୱାନ ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛି । ଚାଇନାଠାରୁ ମାତ୍ର 150 କିଲୋମିଟର ଦୂରରେ ଅବସ୍ଥିତ ସତ୍ତ୍ବେ ଏହି ଭାଇରସର ବିସ୍ତାରର କେନ୍ଦ୍ରସ୍ଥଳ ହୋଇଥିଲେ ମଧ୍ୟ ତାଇୱାନରେ ସଂକ୍ରମଣ ହାର ବହୁତ କମ୍ ଥିବା ରିପୋର୍ଟ ଆସିଛି ।
ଚାଇନାର ୱୁହାନ ସହରରେ ଭାଇରସ୍ ବିସ୍ତାର ହେବାର କିଛି ସମୟ ପରେ ତୁରନ୍ତ ତାଇପେଇ ପକ୍ଷରୁ ଭାଇରସ୍ ସଂକ୍ରମିତ ହେବାର ସମ୍ଭାବନାକୁ କମ୍ କରିବା ପାଇଁ ପଦକ୍ଷେପ ନିଆଯାଇଛି । ତେବେ ଆସନ୍ତୁ ଜାଣିବା ତାଇପେଇ କିପରି ପଦକ୍ଷେପ ଗ୍ରହଣ କରିଛି ।
କୋରୋନା ବିସ୍ତାରକୁ ରୋକିବା ପାଇଁ ଛୋଟ ଛୋଟ ଡାକ୍ତରୀ ଦଳ ଗଠନ
ଭାଇରସର ବିସ୍ତାରକୁ କମ୍ କରିବା ପାଇଁ ତାଇୱାନ ସରକାର ଗ୍ରହଣ କରିଥିବା ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଇପାରେ । ତାଇପେଇ ପ୍ରଥମେ ଡାକ୍ତରଖାନା ସୁବିଧା ମଧ୍ୟରେ କାର୍ଯ୍ୟ ଗୋଷ୍ଠୀର ଆକାର ହ୍ରାସ କରିଥିଲା । ଅର୍ଥାତ ଯେଉଁଠି 10 ଜଣ ଡାକ୍ତର ଥିବା କଥା ସେଠି 3 ଜଣକୁ ନେଇ ଏକ ଦଳ ଗଠନ କଲା । ଏହା ଦେଶରେ ଭାଇରସ ବିସ୍ତାର ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିଥିଲା । ଯାହାକି ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କଠାରୁ ଭାଇରାସ ବିସ୍ତାର ହେବାରେ ରୋକିଲା ।
ତାଇୱାନ ଆଉ ଏକ ଡାକ୍ତର ବ୍ୟବସ୍ଥା କରିଛି । ତାଇପେଇ ମେଡିକାଲ୍ ୟୁନିଭରସିଟି ହସ୍ପିଟାଲରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ରୋଗୀ କିମ୍ବା ମେଡିକାଲ କର୍ମଚାରୀ ବ୍ୟକ୍ତିଗତ ସ୍ବାସ୍ଥ୍ୟ କାର୍ଡ ଉପସ୍ଥାପନ କରିବେ । ଆଉ ଏହା ସମସ୍ତ ନାଗରୀକଙ୍କର ବାଧ୍ୟତାମୂଳକ କରାଯାଇଛି । ଏହି ଇନଫ୍ରାଡ୍ ଥର୍ମୋମିଟର ଯାଞ୍ଚ ପଏଣ୍ଟ ଦେଇ ସମସ୍ତେ ପ୍ରବେଶ କରିବେ । ଏହାଦ୍ବାରା ଉକ୍ତ ବ୍ୟକ୍ତିର ପୁରୁଣା ରୋଗ ଏବଂ ସ୍ବାସ୍ଥ୍ୟର ସମସ୍ତ ଡାଟା ଉପସ୍ଥାପନ ହେବ ।
ଏହା ବ୍ୟତିତ ଡାକ୍ତରଖାନା ଗୁଡ଼ିକରେ ମେଡିକାଲ କର୍ମଚାରୀଙ୍କ ଦଳ କିମ୍ବା କାର୍ଯ୍ୟ ଗୋଷ୍ଠୀର ଆକାର ଦୁଇ-ତୃତୀୟାଂଶକୁ ହ୍ରାସ ପାଇଲା । ଫଳରେ ଡାକ୍ତରୀ ଦଳ ଏବଂ ରୋଗୀଙ୍କ ମଧ୍ୟରେ ଅନୁପାତ କ୍ରମାଗତ ଭାବରେ ସମାନ ଭାବେ ବଜାୟ ରହିଲା | ଏହି ପଦକ୍ଷେପ ତାଇୱାନକୁ ଚିକିତ୍ସା ସହିତ ସାଲିସ୍ ନକରି ଜୀବାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କଲା ।
ରୋଗୀଙ୍କ ମୁଣ୍ଡ ପିଛା ଶଯ୍ୟା ଅନୁପାତ
ଏପ୍ରିଲ୍ ମାସରେ ବିଶ୍ବରେ ପ୍ରାୟ 7 ଲକ୍ଷ କୋଭିଡ19 ମାମଲା ରିପୋର୍ଟ ଅସିଛି, ଯେଉଁଥିରେ 30 ହଜାରରୁ ଅଧିକ ମୃତ୍ୟୁ ଘଟିଛି । ଏହା ତୁଳନାରେ ତାଇୱାନରେ କେବଳ 300 ଟି ମାମଲା ପଞ୍ଜିକୃତ ହୋଇଥିଲା । ଆଉ ସେଠାରେ ମୃତକଙ୍କ ସଂଖ୍ୟା 5 ଥିଲା ।
ଯଦିଓ ତାଇୱାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ ରହିଛି, କିନ୍ତୁ ପରିସ୍ଥିତି ଆହୁରି ଖରାପ ହେଲେ ଏହାର ମୁକାବିଲା ପାଇଁ ତାଇୱାନ ବ୍ୟାକ୍ ଅପ୍ ଯୋଜନା ସହିତ ପ୍ରସ୍ତୁତ ଅଛି ।
ଆବଶ୍ୟକତା ସମୟରେ ଅଧିକ କୋଠରୀ ଯୋଗାଇବା ପାଇଁ ବ୍ୟବସ୍ଥା କରିଛି । ଏହା ସହିତ ଆହୁରୀ 1000 ଟି ଆଇସୋଲେସନ କକ୍ଷ ନିର୍ମାଣ କରି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ଦଳଗତ କାର୍ଯ୍ୟର ଫଳାଫଳ
ସ୍ବାସ୍ଥ୍ୟ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ବୟ ରଖିବା ତାଇୱାନକୁ ଏହି ଭାଇରସକୁ ରୋକିବାରେ ସାହାଯ୍ୟ କଲା ।
ଦେଶର ଜାତୀୟକରଣ ହୋଇଥିବା ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକଙ୍କୁ ଏକ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା, ଯାହାକି ସମସ୍ତ ମେଡିକାଲ କାର୍ଡରେ ଚିପ ଖଞ୍ଜା ଯାଇଛି । ଯାହା ସେମାନଙ୍କର ପରିଚୟ ଏବଂ ଚିକିତ୍ସା ଇତିହାସକୁ ପ୍ରତିଫଳିତ କରୁଛି । ଏହା ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ରୋଗୀମାନଙ୍କୁ ଶୀଘ୍ର ଏବଂ ପ୍ରଭାବଶାଳୀ ଭାବରେ ଚିକିତ୍ସା କରିବାରେ ସାହାଯ୍ୟ କଲା ।