ETV Bharat / bharat

ପାଲଘର ମବ୍ ଲିଚିଂ ମାମଲା, ଟ୍ରାନ୍ସଫର୍ ହେଲେ 35 ପୋଲିସ କର୍ମଚାରୀ - ଟ୍ରାନ୍ସଫର୍ ହେଲେ 35 ପୋଲିସ କର୍ମଚାରୀ

ପାଲଘରରେ 2 ଜଣ ସାଧୁଙ୍କ ସମେତ 3 ଜଣଙ୍କୁ ହତ୍ୟା ମାମଲାରେ ପୋଲିସ କର୍ମଚାରୀଙ୍କୁ ଦଣ୍ଡ ଦିଆଯାଇଛି। ପାଲଘର ପୋଲିସର ସୂଚନାନୁସାରେ, କାସା ପୋଲିସ ଷ୍ଟେସନର 35 ଜଣ ପୋଲିସ କର୍ମଚାରୀଙ୍କୁ ଟ୍ରାନ୍ସଫର୍ କରାଯାଇଛି।

palghar mob lynching  case
ପାଲଘର ମୋବ୍ ଲିଚିଂ ମାମଲା
author img

By

Published : Apr 29, 2020, 8:33 PM IST

ମୁମ୍ବାଇ: ପାଲଘରରେ 2 ଜଣ ସାଧୁଙ୍କ ସମେତ 3 ଜଣଙ୍କୁ ହତ୍ୟା ମାମଲାରେ ପୋଲିସ କର୍ମଚାରୀଙ୍କୁ ଦଣ୍ଡ ଦିଆଯାଇଛି। ପାଲଘର ପୋଲିସର ସୂଚନାନୁସାରେ, କାସା ପୋଲିସ ଷ୍ଟେସନର 35 ଜଣ ପୋଲିସ କର୍ମଚାରୀଙ୍କୁ ଟ୍ରାନ୍ସଫର୍ କରାଯାଇଛି।

16 ଏପ୍ରିଲ ରାତିରେ ମହାରାଜ କଳ୍ପବୃକ୍ଷ ଗିରି (70), ମହାରାଜ ସୁଶୀଲ ଗିରି (35) ଏବଂ ଡ୍ରାଇଭର ନୀଲେଶ ତେଲଗେଡେ (30) କୁ ଚୋର ଭାବି ପାଲଘର ଜିଲ୍ଲାର ଗାଡଚିଞ୍ଚଲେ ଗ୍ରାମବାସୀ ଆକ୍ରମଣ କରିଥିଲେ ଓ ସେମାନଙ୍କୁ ପିଟିପିଟି ମାରିଦେଇଥିଲେ ।

ଏହି ଘଟଣାକୁ ନେଇ ଦେଶର ଅଧିକାଂଶ ଲୋକେ କ୍ରୋଧ ପ୍ରକାଶ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାକୁ ନିନ୍ଦା କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ। ମାମଲାର ତଦନ୍ତ ସିଆଇଡିକୁ ହସ୍ତାନ୍ତର କରାଯାଇଛି।

ପାଲଘର ମୋବ୍ ଲିଞ୍ଚିଂ ମାମଲାରେ ପୋଲିସ 110 ଜଣଙ୍କୁ ଗିରଫ କରିଛି, ସେଥିମଧ୍ୟରୁ 9 ଜଣ ନାବାଳକ, ସେମାନଙ୍କୁ ଶିଶୁ ସୁଧାର ଗୃହକୁ ପଠାଯାଇଛି। ଏହି ପ୍ରସଙ୍ଗରେ ଅବହେଳା କରିଥିବାରୁ ମହାରାଷ୍ଟ୍ର ସରକାର ମଧ୍ୟ 2 ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.