ETV Bharat / bharat

ପାଲଘର ଭିଡ ହିଂସା ମାମଲା: ଆଉ 3 ପୋଲିସ କର୍ମଚାରୀ ବହିଷ୍କୃତ

ପାଲଘର ଭିଡ ହିଂସା ମାମଲା । 3 ପୋଲିସ କର୍ମଚାରୀ ବହିଷ୍କୃତ । ପୋଲିସ ଆଇଜି ତିନି ଜଣଙ୍କୁ ବହିଷ୍କୃତ କରିଥିବା ସୂଚନା । ଅଧିକ ପଢନ୍ତୁ...

ପାଲଘର ଭିଡ ହିଂସା ମାମଲା : 3 ପୋଲିସ କର୍ମଚାରୀ ବହିଷ୍କୃତ

author img

By

Published : Aug 31, 2020, 8:23 AM IST

ମୁମ୍ବାଇ: ପାଲଘର ଭିଡ ହିଂସା ମାମଲାରେ 3 ପୋଲିସ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି । ଏନେଇ ରବିବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ବହିଷ୍କୃତ ହୋଇଥିବା 3 ପୋଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଡ ପୋଲିସ ଇନିସପେକ୍ଟର ରହିଥିବାବେଳେ ଦୁଇ ଜଣ ଆସିଷ୍ଟାଣ୍ଟ ସବ ଇନିସପେକ୍ଟର ରହିଛନ୍ତି । ତେବେ ଆସିଷ୍ଟାଣ୍ଟ ପୋଲିସ ଇନିସପେକ୍ଟର ଆନନ୍ଦରାଓ କାଲେ ଅପ୍ରେଲ 16 ତାରିଖରେ ଘଟିଥିବା ଭିଡ ହିଂସା ସମୟରେ କସ ପୋଲିସ ଷ୍ଟେସନର ଇନଚାର୍ଜ ଥିଲେ । ପୋଲିସ ଆଇଜି ତିନି ଜଣଙ୍କୁ ବହିଷ୍କୃତ କରିଥିବା ଜଣାପଡିଛି ।

ସୂଚନାଥାଉକି, ଦୁଇ ସନ୍ଥ ମହାରାଜ କଳ୍ପବୃକ୍ଷ ଗିରି (70), ମହାରାଜ ସୁଶୀଲ ଗିରି (35) ଓ ତାଙ୍କ ଗାଡି ଚାଳକ ନୀଲେଶ ତେଲଗେଡେ (30) ଙ୍କୁ ଅପ୍ରେଲ 16 ତାରିଖ ଦିନ ପାଲଘରର ଗାଡଚିଞ୍ଚଲେ ଗ୍ରାମରେ ମାରି ଦିଆଯାଇଥିଲା । ସେମାନେ ସୁରଟରୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବାବେଳେ ସେମାନଙ୍କୁ ପିଲା ଚୋର ଭାବି ଗ୍ରାମବାସୀମାନେ ଏପରି କାଣ୍ଡ ଭିଆଇଥିବା କୁହାଯାଇଥିଲା ।

ଘଟଣାରେ 154 ଜଣ ଲୋକଙ୍କୁ ଗିରଫ କରିବା ସହ 11 ନାବାଳକଙ୍କୁ ଅଟକ ରଖିଥିଲା ପୋଲିସ । ପରେ ହତ୍ୟା ମାମଲାକୁ ମହାରାଷ୍ଟ୍ର କ୍ରିମିନାଲ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ(ସିଆଇଡି)କୁ ହସ୍ତାନ୍ତର କରାଯାଇଥିଲା ।

ଏହି ଘଟଣା ପରେ ତତ୍କାଳିନ ଥାନା ଇନଚାର୍ଜ କାଲେ ସମେତ 7 ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଏହାସହ 35 ଜଣ ପୋଲିସ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ସେହିପରି ପାଲଘର ପୋଲିସ ମୁଖ୍ୟ ଗୌରବ ସିଂଙ୍କୁ ମଧ୍ୟ ସରକାର ବାଧ୍ୟତାମୂଳକ ଛୁଟିରେ ପଠାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.