ETV Bharat / bharat

ଧରାପଡିଲା ପାକିସ୍ତାନର ମିଛ, ଦୀର୍ଘ 17 ବର୍ଷ ହେଲା ବେମାରରେ ପଡିନି ମାସୁଦ

author img

By

Published : Apr 25, 2019, 11:20 AM IST

ଅସୁସ୍ଥ ନୁହେଁ ପୂରାପୁରି ଭାବେ ସୁସ୍ଥ ଅଛି ମାସୁଦ । ମାସୁଦଙ୍କୁ ବଞ୍ଚାଇବା ପାକ୍‌ ଯେଉଁ ମିଛ କଥା କହିଥିଲା ତାହା ଧରାପଡିଛି । ସେ ଦୀର୍ଘ 17 ବର୍ଷ ହେଲାଣି ଅସୁସ୍ଥ ହୋଇନାହିଁ ଏବଂ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇନାହିଁ ବୋଲି ମାସୁଦ କହିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଶେଷରେ ଧରା ପଡିଛି ପାକିସ୍ତାନର ମିଛ । ବାଲାକୋଟରେ ଏୟାର ଷ୍ଟ୍ରାଇକ ପରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରକୁ ବଞ୍ଚାଇବା ପାଇଁ ପାକିସ୍ତାନ ଯେଉଁ ମିଛ କହିଥିଲା ତାହାର ପର୍ଦ୍ଦାଫାଶ ହୋଇଛି । ଦୀର୍ଘ 17 ବର୍ଷ ହେବ ମାସୁଦ କୌଣସି ରୋଗରେ ପଡି ନାହିଁ କିମ୍ବା ଚିକିତ୍ସା ପାଇଁ କୌଣସି ମେଡିକାଲରେ ଭର୍ତ୍ତି ହୋଇନାହିଁ । ଏହା ନିଜେ କହିଛି ମାସୁଦ । ଆତଙ୍କବାଦୀଙ୍କ ସହ ବୈଠକ କରିବା ସମୟରେ ସେ ଏହି କଥା କହିଛି ।

ସେ ଆହୁରି କହିଛି, ସ୍ବାସ୍ଥ୍ୟବସ୍ଥାକୁ ନେଇ ମିଛ ଖବର ପ୍ରଚାର କରାଯାଇଛି । ମୁଁ ଅସୁସ୍ଥ ନୁହେଁ ସୁସ୍ଥ ଅଛି । ବାଲାକୋଟରେ ଏୟାର ଷ୍ଟ୍ରାଇକ ପରେ ପାକ୍‌ର ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସି ଗଣମାଧ୍ୟମକୁ କହିଥିଲେ, ମାସୁଦ କିଡ୍‌ନୀ ରୋଗରେ ଅସୁସ୍ଥ ହୋଇ ପଡିଛି । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ମେଡିକାଲରେ ତାର ଚିକିତ୍ସା ଚାଲିଛି । ତେଣୁ ସେ ଭାରତ ଉପରେ ଆକ୍ରମଣ କରି ନାହିଁ କହି ଘଣ୍ଟ ଘୋଡାଉ ଥିଲା ପାକ୍ ।

ଗୁଇନ୍ଦା ରିପୋର୍ଟ ମୁତାବକ, ଗତ କିଛି ଦିନ ହେଲାଣି ସକ୍ରିୟ ହୋଇ ଉଠିଛି ମାସୁଦ । ଏପରିକି ଭାରତ ଉପରେ ଆତଙ୍କୀ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ବହାବଳପୁର ଠାରେ କେତେକ ଆତଙ୍କୀ ସଂଗଠନ ସହ ଘନ ଘନ ବୈଠକ କରୁଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.