ETV Bharat / bharat

ବିଜେପିର ସରକାରୀ ୱେବସାଇଟକୁ ହ୍ୟାକ୍ କଲା ପାକିସ୍ତାନ - Pakistani hacked delhi bjp official website

ଦିଲ୍ଲୀ ବିଜେପିର ସରକାରୀ କାର୍ଯ୍ୟାଳୟର ୱେବସାଇଟ୍ ହ୍ୟାକ୍ ହୋଇଛି । ଜଣେ ପାକିସ୍ତାନୀ ହ୍ୟାକର୍ସ ଏହାକୁ ହ୍ୟାକ୍ କରିଛନ୍ତି ।

ଫାଇଲ ଫଟୋ
author img

By

Published : Nov 2, 2019, 10:18 AM IST

ନୂଆଦିଲ୍ଲୀ: ପୁଣି ଥରେ ସାଇବର ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇଛନ୍ତି ହ୍ୟାକର । ଦିଲ୍ଲୀ ବିଜେପିର ସରକାରୀ କାର୍ଯ୍ୟାଳୟର ୱେବସାଇଟ୍ ହ୍ୟାକ୍ ହୋଇଛି । ଜଣେ ପାକିସ୍ତାନୀ ହ୍ୟାକର୍ସ ରାତି ପାଖାପାଖି 12.30ରେ ଏହାକୁ ହ୍ୟାକ୍ କରିଥିବା ନେଇ ସୂଚନା ମିଳିଛି । ୱେବସାଇଟ୍ ହ୍ୟାକ୍ ପରେ ହ୍ୟାକର ସେଥିରେ ପାକିସ୍ତାନ ଓ କାଶ୍ମୀର ଜିନ୍ଦାବାଦ ଲେଖିଛନ୍ତି ।

ବିଜେପି ୱେବସାଇଟ୍ ହ୍ୟାକ୍ ପରେ ଲୋକମାନେ ଏହାର ସ୍କ୍ରିନସଟ୍‌କୁ ସୋସିଆଲ ନେଟୱାର୍କିଂ ସାଇଟ୍‌ରେ ସେୟାର କରି ନିଜ ନିଜ ପ୍ରତିକ୍ରିୟା ଦେଇଥିଲେ । ତେବେ କିଛି ସମୟ ପରେ ୱେବସାଇଟକୁ ସ୍ବାଭାବିକ କରି ଦିଆଯାଇଥିଲା ।

ସୂଚନାନୁସାରେ, ଚଳିତ ମାସ ମେ' ରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ସେ ସମୟରେ ମଧ୍ୟ ଦିଲ୍ଲୀ ବିଜେପିର ୱେବସାଇଟ୍ ହ୍ୟାକ୍ କରାଯାଇଥିଲା । ହ୍ୟାକର୍ସ ୱେବସାଇଟ୍ ହ୍ୟାକ୍ କରିବା ପରେ ୱେବସାଇଟ୍‌ର ସମ୍ପୂର୍ଣ୍ଣ ମାନଚିତ୍ର ବଦଳାଇ ଦେଇଥିଲେ । ସେହିପରି ପୂର୍ବରୁ ଫେବୃଆରୀ 27ରେ ମଧ୍ୟ ଦିଲ୍ଲୀ ବିଜେପି ୱେବସାଇଟ୍ ହ୍ୟାକ୍ ହୋଇଥିବା ନେଇ ସୂଚନା ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.