ETV Bharat / bharat

'ବାଲାକୋଟ ଏୟାର ଷ୍ଟ୍ରାଇକରେ ନିପାତ ହୋଇଛନ୍ତି 50 '

ବାଲାକୋଟ ଏୟାର ଷ୍ଟ୍ରାଇକ ପରେ 35 ମୃତଦେହ ଉଦ୍ଧାର କରିଛି ପାକିସ୍ତାନ । ଇଟାଲୀର ଜଣେ ବରିଷ୍ଠ ସାମ୍ବାଦିକ ଫ୍ରାନ୍ସିକୋ ମୈରିନୋ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ।

author img

By

Published : Mar 4, 2019, 11:35 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ ପରେ 35 ମୃତଦେହ ଉଦ୍ଧାର କରିଛି ପାକିସ୍ତାନ । ଏନେଇ ଇଟାଲୀର ଜଣେ ବରିଷ୍ଠ ସାମ୍ବାଦିକ ଫ୍ରାନ୍ସିକୋ ମୈରିନୋ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକରେ 40 ରୁ 50 ପ୍ରାଣ ହରାଇ ଥିବାବେଳେ 35ରୁ 40 ଜଣ ଆହତ ହୋଇଛନ୍ତି । ତାଙ୍କର ଜଣେ ବିଶ୍ବସ୍ତ ବାଲାକୋଟରେ ରହୁଛନ୍ତି । ଆଉ ତାଙ୍କ କହିବାନୁଯାୟୀ ଏହି ଘଟଣାରେ ଶତ ପ୍ରତିଶତ ସତ୍ୟତା ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଥିଲା କିନ୍ତୁ ପାକିସ୍ତାନୀ ସେନା ଆମ୍ବୁଲାନ୍ସ କର୍ମଚାରୀଙ୍କ ନିକଟରୁ ମୋବାଇଲ ଫୋନ ଜବତ କରିଥିଲେ । ତେବେ ସେ ଦୃଢତାର ସହ କହିଛନ୍ତି ଆକ୍ରମଣ ସ୍ଥଳରୁ 35 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଆକ୍ରମଣରେ 12 ଯୁବ ଟ୍ରେନର ପ୍ରାଣ ହରାଇଛନ୍ତି । ତାଙ୍କ ମଧ୍ୟରେ କେତେକ ଅବସର ପ୍ରାପ୍ତ ପାକିସ୍ତାନୀ ସେନା ଯବାନ ଥିବା ସୂଚନା ରହିଛି ।

ଜୈଶ-ଏ-ମହମ୍ମଦର ଟ୍ରେନିଂ କ୍ୟାମ୍ପ କୁହାଯାଉଥିବା ବାଲାକୋଟରେ 12 ମିରାଜ-2000 ଯୁଦ୍ଧ ବିମାନ 1000 କିଲୋଗ୍ରାମର ବୋମା ବର୍ଷଣ କରିଥିଲା । ଏନେଇ ଭାରତୀୟ ଗଣମାଧ୍ୟମରେ 350 ଆତଙ୍କୀ ନିପାତ ହୋଇଥିବା ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ ସେପଟେ, ପାକିସ୍ତାନ କେହି ମୃତାହତ ହୋଇଥିବା ନେଇ ସଫାସଫା ମନା କରିଦେଇଥିଲା । ଗତ ଫେବୃଆରୀ 26ରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିଲା ।

undefined

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.