ETV Bharat / bharat

‘ପାକ୍ ଆଉଥରେ 'କାର୍ଗିଲ' ଦୁଃସାହସ କରିବନି’

ଭାରତରେ ଅନୁପ୍ରବେଶ କରିବାର ଦୁଃସାହସ ପାକିସ୍ତାନର ନାହିଁ । କାରଣ 1999ରେ ପାକିସ୍ତାନ ଏହାର ପରିଣାମ ଭୋଗିଛି ବୋଲି ସେନା ମୁଖ୍ୟ ବିପିନ ରାୱତ କହିଛନ୍ତି ।

ଫାଇଲ ଫଟୋ
author img

By

Published : Jul 6, 2019, 3:17 PM IST

Updated : Jul 6, 2019, 3:22 PM IST

ନୂଆଦିଲ୍ଲୀ: ପାକିସ୍ତାନ ଆଉଥରେ ଭାରତ ମାଟିରେ ପ୍ରବେଶ କରିବାକୁ ଦୁଃସାହସ କରିବନି । କାର୍ଗିଲ ଯୁଦ୍ଧରେ ପାକିସ୍ତାନ ଭୟଙ୍କର ପରିଣାମ ଭୋଗିଛି । 1999ର ମୁହଁତୋଡ ଜବାବ ପରେ ପାକିସ୍ତାନ ପୁଣି କିଛି ଏଭଳି କରିପାରିବ ନାହିଁ ବୋଲି କହିଛନ୍ତି ସେନା ମୁଖ୍ୟ ଜେନରାଲ ବିପିନ ରାୱତ ।

ସେ ପୁଣି କହିଛନ୍ତି, ସୀମାରେ ଭାରତୀୟ ସେନାଙ୍କ କଡା ନଜର ରହିଛି । ଗତ ଶୁକ୍ରବାର 'ବିଜୟ' ଅପରେସନର 20ବର୍ଷ ପୂର୍ତ୍ତି ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସ୍ଥଳ ସେନା ମୁଖ୍ୟ । ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଭାରତୀୟ ସେନା ପଇନ୍ତରା ମାରୁନାହିଁ । ଏପରିକି ସମସ୍ତ ଅଞ୍ଚଳରେ ନିୟମିତ ନିରୀକ୍ଷଣ ଓ ପାଟ୍ରୋଲିଂ କରାଯାଉଛି ବୋଲି ରାଓ୍ବତ କହିଛନ୍ତି ।

କ’ଣ ପାକିସ୍ତାନ କାର୍ଗିଲ ପରି ଦୁଃସାହସ କରିପାରିବ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ପାକିସ୍ତାନ 1999ରେ ଭାରତର ପରାକ୍ରମ ଦେଖିଛି । ତେଣୁ ପାକିସ୍ତାନ ଆଗାମୀ ଦିନରେ ଏଭଳି କରିବା ପାଇଁ ସାହସ କରିବ ନାହିଁ ।

Intro:Body:

BLANK

Conclusion:
Last Updated : Jul 6, 2019, 3:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.