ETV Bharat / bharat

CAA ବିରୋଧୀ ଆନ୍ଦୋଳନ ବେଳେ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ପାକିସ୍ତାନର ଚକ୍ରାନ୍ତ: ରିପୋର୍ଟ - ଭାରତରେ ସିଏଏ ବିରୋଧ ପ୍ରତିବାଦ

ଭାରତରେ ସିଏଏ ବିରୋଧ ପ୍ରତିବାଦ କରାଯାଉଥିବା ବେଳେ ଏହାର ସୁଯୋଗ ନେଇ ପାକିସ୍ତାନ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଥିବା ଏକ ରିପୋର୍ଟରୁ ପ୍ରକାଶ ପାଇଛି।

CAA ବିରୋଧୀ ଆନ୍ଦୋଳନ ବେଳେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ପାଇଁ ପାକିସ୍ତାନର ଚକ୍ରାନ୍ତ

author img

By

Published : Jun 7, 2020, 9:56 AM IST

ନୂଆଦିଲ୍ଲୀ: ନିଜର ଖଳ ପ୍ରକୃତି ସୁଧାରିବନି ପାକିସ୍ତାନ। ବିନା କାରଣରେ ମୁଣ୍ଡ ପୂରାଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାରେ ମାହିର ଏହି ଇସଲାମିକ ରାଷ୍ଟ୍ର। ତେବେ ଭାରତରେ ସିଏଏ ବିରୋଧ ପ୍ରତିବାଦ କରାଯାଉଥିବା ବେଳେ ଏହାର ସୁଯୋଗ ନେଇ ପାକିସ୍ତାନ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଥିବା ଏକ ରିପୋର୍ଟରୁ ପ୍ରକାଶ ପାଇଛି।

ତେବେ ଡିସେମ୍ବର 2019ରେ ସଂସଦର ଉଭୟ ଗୃହରେ ନାଗରିକତା ସଂଶୋଧନ ବିଲ୍ ପାରିତ ହେବା ପରେ ଅନେକ ସ୍ଥାନରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାର ସୁଯୋଗ ନେଇ ଭାରତ ବିରୋଧରେ ପାକିସ୍ତାନର ଆଇଏସଆଇ ଷଡଯନ୍ତ୍ର କରିଥିଲା।

ଏକ ପ୍ରମୁଖ ଗଣମାଧ୍ୟମର ସୂଚନା ଅନୁଯାୟୀ, ISI ଅଣ୍ଡରୱାର୍ଲ୍ଡ ଏବଂ ଅପରାଧିକ ନେଟୱାର୍କକୁ ସକ୍ରିୟ କରି ପାକିସ୍ତାନ ଭାରତ ଉପରକୁ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଛି। ଦିଲ୍ଲୀର ଶାହିନ୍ ବାଗରେ ଆରମ୍ଭ ହୋଇଥିବା CAAବିରୋଧ ସମଗ୍ର ଭାରତରେ ଅନେକ ଲୋକଙ୍କ କଳ୍ପନା ଜଳ୍ପନାର କାରଣ ହୋଇଥିଲା ଏବଂ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଅଣ୍ଡରୱାର୍ଲ୍ଡ ତଥା ଅପରାଧୀଙ୍କ ସହାୟତାରେ ଦକ୍ଷିଣପନ୍ଥୀ ଦଳର ନେତା ତଥା ଆରଏସଏସକୁ ଟାର୍ଗେଟ କରିବାକୁ ମଧ୍ୟ ପାକିସ୍ତାନ ଯୋଜନା କରିଥିଲା ବୋଲି ଇଣ୍ଟେଲିଜେନ୍ସ ଏଜେନ୍ସିର ରିପୋର୍ଟରେ ଦର୍ଶାଯାଇଛି।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଫେବୃଆରୀ 13 ରେ ବିଶ୍ୱ ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସ ମୁଖ୍ୟ ଅଲ ନାବାରେ ଉଲ୍ଲେଖ କରିଛି ଯେ ଏହା ଆରଏସଏସ ନେତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଯାହାକୁ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଅତି ଗୁରୁତର ସହ ନେଇଛି। କେନ୍ଦ୍ର ମଧ୍ୟ ଏହି ଘଟଣାକୁ ଧ୍ୟାନରେ ରଖି ଦେଶ ଭିତରେ ଆକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଇଣ୍ଟେଲିଜେନ୍ସ ଏଜେନ୍ସି ଙ୍କୁ ନିର୍ଦ୍ଦେଶ ଦେଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.