ETV Bharat / bharat

ପୁଣି ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜବାବ ଦେଲା ସେନା - pakistan violates ceasefire

ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନୀ ସେନା। ରବିବାର ପୁଣି ସୋପୋରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଭାରତ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଛି।

ପୁଣି ସୀମାରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ
author img

By

Published : Nov 17, 2019, 2:02 PM IST

ଶ୍ରୀନଗର: ପୁଣି ପାକିସ୍ତାନ ସେନାର ଅସ୍ତ୍ର ବିରତି ଉଲ୍ଲଂଘନ। ଜାମ୍ମୁକାଶ୍ମୀର ପୁଞ୍ଚ ସେକ୍ଟରର ସୋପୋରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍ ସେନା। ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷଣ ଜାରି ରହିଛି। ଭାରତ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଛି।

ଜାମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି । ଖାଲି ସେତିକି ନୁହେଁ ଏଲଓସି ନିକଟରେ ପାକିସ୍ତାନ ସେନା ଛାଉଣୀ କରିଦେଇଛି । ପାକ ସେନା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଗୁଳିମାଡ ଜାରି ରଖିଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଏକ ରିପୋର୍ଟ ମୁତାବକ, ପାକିସ୍ତାନ ପକ୍ଷରୁ ଏଲଓସି ନିକଟରେ ପ୍ରାୟ 90 ହଜାରରୁ ଊର୍ଦ୍ଧ୍ବ ଯବାନଙ୍କୁ ମୁତୟନ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.