ETV Bharat / bharat

ପୁଣି ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନ, ଜବାବ ଦେଲା ଭାରତ

author img

By

Published : Sep 16, 2019, 12:00 PM IST

ରବିବାର ରାତିରେ ପୁଞ୍ଚ ଜିଲ୍ଲାର ବାଲାକୋଟ ମେଣ୍ଢର ସେକ୍ଟରରେ ଭାରତୀୟ ସେନାର ଶିବିରକୁ ଟାର୍ଗେଟ କରି ଗୁଳିମାଡ କରିଛି ପାକିସ୍ତାନ। ଏଥିରେ କେତେକ ଭାରତୀୟ ଯବାନ ଆହତ ହୋଇଥିବା କୁହାଯାଉଛି।

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ପାକିସ୍ତାନ ପଟୁ ଜମ୍ମୁ-କାଶ୍ମୀର ସଂଲଗ୍ନ ସୀମାରେ ଲଗାତାର ଜାରି ରହିଛି ଅସ୍ତ୍ରବିରତି ଉଲଙ୍ଘନ । ଏହି କ୍ରମରେ ରବିବାର ରାତିରେ ପୁଞ୍ଚ ଜିଲ୍ଲାର ବାଲାକୋଟ ମେଣ୍ଢର ସେକ୍ଟରରେ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଗୁଳି ମାଡ କରିଛି ପାକିସ୍ତାନ। ଏହା ଯୋଗୁଁ କେତେକ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ହେଲିକେପ୍ଟର ଯୋଗେ ଉଦ୍ଧାମପୁର ସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେନା ପକ୍ଷରୁ ମିଳିଥିବା ଖବର ଅନୁସାରେ ରବିବାର ରାତି ପ୍ରାୟ 10ଟା ସମୟରେ ପାକିସ୍ତାନ ମେଣ୍ଢର ସେକ୍ଟରରେ ଛୋଟ ଛୋଟ ଅସ୍ତ୍ର ଏବଂ ମୋର୍ଟାର ମାଧ୍ୟମରେ ଆକ୍ରମଣ କରିଥିଲା। ଭାରତୀୟ ଯବାନଙ୍କ ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା ।

ଏହା ପୂର୍ବରୁ ରବିବାର ଏଲଓସି ନିକଟରେ ପାକ୍‌ ସେନା ପକ୍ଷରୁ 120 ଏମଏମର ଏକ ମୋର୍ଟାର ମାଡ କରାଯାଇଥିଲା। ଯାହା ମେଣ୍ଢର ସେକ୍ଟରର ବାଲକୋଟ ଅଞ୍ଚଳରେ ଥିବା ଏକ ଘର ନିକଟରେ ଏହା ପଡିଥିଲା । ପରେ ଏହାକୁ ଭାରତୀୟ ସେନା ନିଷ୍କ୍ରିୟ କରିଥିଲେ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.