ଶ୍ରୀନଗର:ସୀମାରେ ପାକ୍ ର ଅସ୍ତ୍ରବିରତୀ ଉଲ୍ଲଂଘନ । ଗୁଳିଚଳାଇବା ସହ ମୋର୍ଟାର ମାଡ କରିଛି ପାକ ସେନା । ତେବେ ଗୁରୁବାର ମଧ୍ୟରାତ୍ରିରେ ଏଲଓସିର ଦେଗୱର ପୁଞ୍ଚର ମାଲତି ସେକ୍ଟରରେ ଏହି ଗୁଳିବିନିମୟ ହୋଇଛି।
ସେନାର ସୂତ୍ର ଅନୁସାରେ, ଅସ୍ତ୍ରବିରତୀ ଉଲ୍ଲଂଘନ ରାତି ପ୍ରାୟ 10 ସମୟରେ ଆରମ୍ଭ ହୋଇଥିଲା । ପାକ୍ ସୈନ୍ୟଙ୍କୁ କଡା ଜବାବ ଦେଇଛନ୍ତି ଭାରତୀୟ ଯବାନ।
ଖବର ଅନୁସାରେ, ଗୁରୁବାର ସନ୍ଧ୍ୟା 5.45 ରେ ପାକିସ୍ତାନ ସେନା ଜାମ୍ମୁ କାଶ୍ମୀରର ନୌଶେରା ସେକ୍ଟରେ ଅସ୍ତ୍ରବୀରତି ଉଲ୍ଲଂଘନ କରିଥିଲେ।