ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲଙ୍ଘନ କରି ଚାଲିଛି। ଏହି କ୍ରମରେ ଶନିବାର ଦ୍ବିତୀୟ ଥର ପାଇଁ ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି। ଶନିବାର ସନ୍ଧ୍ୟା 5 ଟା 30 ସମୟରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଭାରତୀୟ ସେନାର ଶିବିର ଏବଂ ଗ୍ରାମଗୁକୁ ଲକ୍ଷ୍ୟ କରି ଗୁଳିବର୍ଷଣ କରିଛନ୍ତି ପାକିସ୍ତାନ ସେନା । ତେବେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଉଛି ।
ଏହା ପୂର୍ବରୁ ପାକିସ୍ତାନ ସେନା ଶନିବାର ସକାଳ 7 ଟା 45 ମିନିଟ ସମୟରେ କୃଷ୍ଣାଘାଟି ସେକ୍ଟରରେ ସୀମାପାରିରୁ ଗୁଳି ଏବଂ ମୋର୍ଟାର ମାଡ କରିଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତିର ଖବର ଆସିନଥିବା ବେଳେ ଭାରତୀୟ ସେନା ଏହାର କଡା ଜବାବ ଦେଇଛନ୍ତି ।