ETV Bharat / bharat

7 ମାସରେ ପାକିସ୍ତାନ ପ୍ରତିଦିନ କରିଛି 13 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : Sep 1, 2020, 3:23 PM IST

ଗତ 2 ବର୍ଷ 7 ମାସ ଭିତରେ ପାକିସ୍ତାନ ପକ୍ଷରୁ 8 ହଜାର 571 ଅସ୍ତ୍ରବିରତି ଉଲ୍ଲଂଘନ ରାଯାଇଛି । ଅଧିକ ପଢନ୍ତୁ...

ଚଳିତବର୍ଷର 7 ମାସ ଭିତରେ ପାକିସ୍ତାନ ପ୍ରତ୍ୟେକ ଦିନ କରିଛି 13 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ:
ଚଳିତବର୍ଷର 7 ମାସ ଭିତରେ ପାକିସ୍ତାନ ପ୍ରତ୍ୟେକ ଦିନ କରିଛି 13 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ

ଶ୍ରୀନଗର: ପାକିସ୍ତାନ ସେନା ଚଳିତ ବର୍ଷର ପ୍ରଥମ 7 ମାସରେ ଜମ୍ମୁ କାଶ୍ମୀରରେ ଦିନକୁ ପ୍ରାୟ 13 ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି, ଯେଉଁଥିରେ 8 ଜଣ ସୁରକ୍ଷାକର୍ମୀଙ୍କ ସମେତ 23 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 100 ରୁ ଅଧିକ ଆହତ ହୋଇଛନ୍ତି।

ଏକ RTI (ସୂଚନା ଅଧିକାର) ମାଧ୍ୟମରେ ପ୍ରାପ୍ତ ସୂଚନାରୁ ଏହା ପ୍ରକାଶ ପାଇଛି । ଆରଟିଆଇ କାର୍ଯ୍ୟକର୍ତ୍ତା ରମଣ ଶର୍ମାଙ୍କ ଆବେଦନରୁ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଗତ ଦୁଇ ବର୍ଷ ଏବଂ 7 ମାସ ମଧ୍ୟରେ ପାକିସ୍ତାନ ଦ୍ୱାରା 8,571 ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା, ଯେଉଁଥିରେ 56 ସୁରକ୍ଷାକର୍ମୀଙ୍କ ସମେତ 119 ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ 608 ଜଣ ଆହତ ହୋଇଛନ୍ତି।

ଆରଟିଆଇ ଆବେଦନର ଉତ୍ତରରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସୁଲେଖା କହିଛନ୍ତି ଯେ, ଚଳିତବର୍ଷ ଜୁଲାଇ ସୁଦ୍ଧା ପାକିସ୍ତାନୀ ସୈନ୍ୟ ମାନେ 2,952 ଥର ଅସ୍ତ୍ରବିରତି ଉଲ୍ଲଂଘନ କରି 15 ଜଣ ସାଧାରଣ ନାଗରିକ ଏବଂ 8 ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବାବେଳେ 62 ଜଣ ସୁରକ୍ଷା କର୍ମୀ ଏବଂ 38 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.