ଇସଲାମବାଦ: ପାକିସ୍ତାନ କୋର୍ଟରେ ଭାରତକୁ କଡା ସମାଲୋଚନା । ଇସଲାମବାଦ କୋର୍ଟରେ ମୁଖ୍ୟ ନ୍ୟାୟଧିଶ ଅତହର ମିନଲ୍ଲାହ ସୋମବାର ଏକ ମାମଲାରୁ ଶୁଣାଣି କରୁଥିବା ସମୟରେ ଭାରତକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, ଏଠାରେ ସମ୍ବିଧାନ ଅଧିକାର ଗୁଡିକର ରକ୍ଷା କରାଯିବ । କାରଣ ଏଇଟା ପାକିସ୍ତାନ, ଭାରତ ନୁହେଁ ।
ଗତ ସୋମବାର, ଇସଲାମବାଦ କୋର୍ଟରେ ପଶ୍ଚୁତ ତହଫୁଜ ଆନ୍ଦୋଳନ ଓ ଅବାମୀ ୱାର୍କ୍ସ ପାର୍ଟିର 23 ଜଣ କାର୍ଯ୍ୟକର୍ତ୍ତାଙ୍କ ଜାମିନର ଶୁଣାଣି ଚାଲିଥିଲା । ସେହି ସମୟରେ ଇସଲାମନବାଦ ଉପାୟୁକ୍ତ ହଜମା ଶଫକତ କହିଥିଲେ, ଆନ୍ଦୋଳନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମସ୍ତ ଆନ୍ଦୋଳନକାରୀଙ୍କ ବିରୋଧରେ ସମସ୍ତ ମାମଲା ହଟାଇ ଦିଆଯାଇଛି ।
ଏହି ଅବସରରେ ମୁଖ୍ୟ ବିଚାରପତି କହିଥିଲେ କି, ‘ଆମକୁ ବିଶ୍ବାସ ଅଛି, ଗୋଟିଏ ଲୋକତନ୍ତ୍ର ସରକାର ନାଗରିକଙ୍କ କହିବାର ସ୍ବତନ୍ତ୍ରତା ଉପରେ ଅଙ୍କୁଶ ଲଗାଯାଇ ପାରିବ ନାହିଁ । ସମସ୍ତଙ୍କ ସାମ୍ବିଧାନିକ ଅଧିକାର ଗୁଡିକୁ ରକ୍ଷା କରାଯିବ । ଏହା ପାକିସ୍ତାନ, ଭାରତ ନୁହେଁ । ଏହାସହ କୋର୍ଟ ଆହୁରି କହିଥିଲେ କି, ଯଦି କିଏ ବିରୋଧ କରିବାକୁ ଚାହୁଁଛି ସେମାନେ ଅନୁମତି ଆଣନ୍ତୁ । ଯଦି ଅନୁମତି ନ ମିଳେ ଏଥିପାଇଁ କୋର୍ଟ ଅଛି ’।