ETV Bharat / bharat

ଅଟାରୀରେ ଅଟକିଲା ସମଝୌତା ଏକ୍ସପ୍ରେସ, ଯାତ୍ରୀଙ୍କୁ ଆଣିବାକୁ ଗଲେ ଭାରତୀୟ ଡ୍ରାଇଭର - ପାକିସ୍ତାନ

ଆଜି(ଗୁରୁବାର) ସମଝୌତା ଏକ୍ସପ୍ରେସ୍ ଭାରତ ଆସିବାର ଥିଲା । ମାତ୍ର ଏହା ମଧ୍ୟରେ ପାକିସ୍ତାନ ଏହି ଟ୍ରେନ ଉପରେ ରୋକ ଲଗାଇଛି । ନିଜ ଡ୍ରାଇଭର ଓ ଗାର୍ଡଙ୍କୁ ଷ୍ଟେସନରେ ଅଟକାଇ ଦେଇଛି ପାକିସ୍ତାନ ।

ଫାଇଲ ଫଟୋ
author img

By

Published : Aug 8, 2019, 4:37 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଧାରା 370 ଉଚ୍ଛେଦକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନ । ଧାରା ହଟିବା ପରେ ରାଗରେ କମ୍ପୁଛି ପାକିସ୍ତାନ । ଆଉ ଏହି ମଧ୍ୟରେ ଖବର ଆସିଛି ପଡୋଶୀ ରାଜ୍ୟ ଏବେ ସମଝୌତା ଅକ୍ସପ୍ରେସ ଉପରେ ରୋକ ଲଗାଇଛି । ପାକିସ୍ତାନ ନିଜ ଡ୍ରାଇଭର ଏବଂ ଗାର୍ଡକୁ ଷ୍ଟେସନ ପଠାଇବା ପାଇଁ ମନା କରିଦେଇଛି । ଆଉ ଏହାଦ୍ବାରା ଫସି ରହିଛନ୍ତି 62 ଭାରତୀୟ ଯାତ୍ରୀ।

ଆଜି(ଗୁରୁବାର) ସମଝୌତା ଏକ୍ସପ୍ରେସ୍ ଭାରତ ଆସିବାର ଥିଲା । ମାତ୍ର ଏହା ମଧ୍ୟରେ ପାକିସ୍ତାନ ଏହି ଟ୍ରେନ ଉପରେ ରୋକ ଲଗାଇଛି । ସେପଟେ ଭାରତୀୟ ରେଳ ବିଭାଗ ସମଝୌତା ଏକ୍ସପ୍ରେସ୍‌କୁ ନେବା ପାଇଁ ନିଜ ଡ୍ରାଇଭର ଏବଂ କ୍ରୁ ମେମ୍ବରକୁ ପଠାଇଛି । ଏକ୍ସପ୍ରେସକୁ ଆଣିବା ପାଇଁ ଇଞ୍ଜିନ ସହ 3 ଜଣିଆ ଟିମ୍ ୱାଘା ଯାଇଛନ୍ତି । ତେବେ ପାକିସ୍ତାନ ସୁରକ୍ଷା କାରଣରୁ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଅନ୍ୟପଟେ ଭାରତରେ ସ୍ଥିତି ସ୍ବାଭାବିକ ରହିଛି । ପାକିସ୍ତାନ ଯିବା ପାଇଁ ଦିଲ୍ଲୀରେ ମଧ୍ୟ 70 ଯାତ୍ରୀ ଅପେକ୍ଷା କରିଛନ୍ତି । ଭାରତ ପଟୁ ସମଝୌତା ଏକ୍ସପ୍ରେସ ବାତିଲ କରିବାକ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ଉତ୍ତର ଭାରତ ରେଳର ସିପିଆରଓ ଦୀପକ କୁମାର ।

ଏଠାରେ ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ପ୍ରସଙ୍ଗରେ ପାକିସ୍ତାନ ସରକାର ପ୍ରତିଦିନ ଭାରତ ବିରୋଧରେ ନୂଆ ନୂଆ ପଦକ୍ଷେପ ଘୋଷଣା କରିବାରେ ଲାଗିଛି । ବୁଧବାର ଭାରତ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିବା ପରେ ଆଜି ନୂଆଦିଲ୍ଲୀ ଓ ଲାହୋର ମଧ୍ୟରେ ସପ୍ତାହକୁ ଦୁଇ ଥର ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପାକ୍ ।

Intro:Body:

asdsd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.