କରାଚୀ: ପାକିସ୍ତାନରେ ଅସୁରକ୍ଷିତ ମହିଳା । ରାଷ୍ଟ୍ରପତି ଭବନରେ ମହିଳାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ସାମାଜିକ କର୍ମୀ ମାରିଆ ଇକବାଲ ତରାନା ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଗତ ସୋମବାର ରାଷ୍ଟ୍ରପତି ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କ ସହ ଅସଦାଚରଣ ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ତରାନା । ସେଠାରେ ଜଣେ ବରିଷ୍ଠ ଅଧିକାରୀ ତାଙ୍କ ନିକଟତର ହେବା ସହ ଅସଦାଚରଣ କରିଥିଲେ । ଏନେଇ ଘଟଣାର ତଦନ୍ତ ଦାବି କରିଛନ୍ତି ତରାନା ।
ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ସୁରକ୍ଷା ଅଧିକାରୀ । ସେ କହିଛନ୍ତି ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତକୁ ଦଣ୍ଡିତ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ