ETV Bharat / bharat

'ସମୟ ଓ ସ୍ଥାନ ଦେଖି ଆକ୍ରମଣ କରିବ ପାକିସ୍ତାନ' - National

ଏୟାରଷ୍ଟ୍ରାଇକ ପରେ ଭାରତକୁ ଧମକ ଦେଇଛି ପାକିସ୍ତାନ । ସମୟ ଓ ସୁଯୋଗ ଦେଖି ଆକ୍ରମଣ କରିବ ବୋଲି ଚେତାବନୀ ଦେଇଛି ।

ଡିଜାଇନ ଫଟୋ
author img

By

Published : Feb 27, 2019, 7:20 PM IST

ଇସଲାମାବାଦ: ଭାରତର ଆକ୍ରମଣ ପରେ ଚେଇଁ ଉଠିଛି ପାକିସ୍ତାନ । ଦେଶରେ ଏକପ୍ରକାର ହଇଚଇ ସୃଷ୍ଟି ହୋଇଛି । ପାକ୍‌ ସୀମା ଡେଇଁ ଏହା ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ଭୟଭୀତ ହୋଇପଡିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜରୁରୀକାଳୀନ ବୈଠକ ଡକାଇ ଦେଶର ବରିଷ୍ଠ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ତେବେ ପାକିସ୍ତାନର ଜାତୀୟ ସୁରକ୍ଷା କମିଟି(ଏନଏସସି) ଇମ୍ରାନଙ୍କ ସହ ବୈଠକ ପରେ ଭାରତକୁ ଚେତାବନୀ ଦେଇଛି । ଭାରତ ଏକ ଭୁଲ କରିଛି । ଏହା ଅକାରଣେ ଉତ୍ତେଜନା ସୃଷ୍ଟି କରିଛି । ଉଭୟ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ଥିବାବେଳେ ଭାରତ ଏଥିରେ ବ୍ୟାଘାତ ଆଣିଛି ବୋଲି ଏନଏସସି କହିଛି ।

ସାମ୍ୱାଦିକଙ୍କୁ ସୂଚନା ଦେଇ ଏହା କହିଛି ଯେ ଭାରତର ଏହି ପଦକ୍ଷେପ ବିରୋଧରେ ପାକ୍‌ ଜବାବ ଦେବ । ଏଥିପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କରାଯାଇଛି । ନିଜ ଇଚ୍ଛାରେ ସମୟ ଓ ସ୍ଥାନ ବାଛି ଏହା ଭାରତକୁ ସଠିକ ଜବାବ ଦେବ ବୋଲି ଏନଏସସି କହିଛି ।

ତେବେ ପ୍ରଥମେ ପାକିସ୍ତାନ ଏହି ଆକ୍ରମଣକୁ ସ୍ୱୀକାର କରୁନଥିଲା । ଭାରତର ବାୟୁସେନାର କିଛି ବିମାନ ପିଓକେ ମଧ୍ୟକୁ ପଶି ଆସିଥିଲା । ଯାହାକୁ ପାକିସ୍ତାନ ଘଉଡାଇ ଦେଇଥିଲା ବୋଲି କହିଥିଲା । କିନ୍ତୁ ପରେ ଏହି ଆକ୍ରମଣର ଭିଡିଓ ଆସିବା ପରେ ଏହାକୁ ମାନିଥିଲା । ଏବେ ଏହି ଆକ୍ରମଣର ଜବାବ ଦେବ ବୋଲି ଏହା ଭାରତକୁ ଧମକ ଦେଇଛି ।

undefined

ରିପୋର୍ଟ ଅନୁସାରେ ଫେବୃୟାରୀ 14ରେ ହୋଇଥିବା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋର 3ଟା 30 ସମୟରେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଛି । ଏଥିରେ ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ମିଳିଛି ।

Intro:Body:

'ପ୍ରେମରେ ରଖିଛି 100 ରୁ 100' ରିଲିଜ

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ପ୍ରେମରେ ରଖିଛି 100ରୁ 100' ରିଲିଜ ହୋଇଛି । ଏଥିରେ ଲୋକପ୍ରିୟ ଅଭିନେତା ଜ୍ୟୋତି ଓ ଓଲିଉଡ ସୁନ୍ଦରୀ ରିୟାଙ୍କ ମଧ୍ୟରେ ଏକ ରୋମାଣ୍ଟିକ କ୍ୟାମେଷ୍ଟ୍ରି ଦେଖିବାକୁ ମିଳିଛି । ପ୍ରେମ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ପ୍ରେମୀଯୁଗଳ କିପରି ନିଜ ପ୍ରେମ ପାଇଁ ସାରା ଦୁନିଆ ସହ ଲଢିବାକୁ ପ୍ରସ୍ତୁତ ଅଛନ୍ତି ତାହା ଦେଖିବାକୁ ମିଳିଛି । 

ଚଳଚିତ୍ରଟି ରାସେଶ୍ବରୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟଟେଡ଼ ବ୍ୟାନରରେ ନିର୍ମିତ ହେଇଛି । ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର ଓ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ହ୍ୟୁମାନ ସାଗର, ଦୀପ୍ତି ପାଢ଼ୀ, ସ୍ବୟଂ ପ୍ରଭାସ, ଆଶୁତୋଷ ଏବଂ ତାରିକ ଆଜିଜ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଭାର ସଞ୍ଜୟ ନାୟକ ସମ୍ଭାଳିଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ବିରଞ୍ଚି ନାରାୟଣ ପଣ୍ଡା ଓ ଦିଲିପ କୁମାର ଦାଶ । ଜ୍ୟୋତି ଓ ରିୟାଙ୍କ ବ୍ୟତୀତ ଅଭିନେତା ଗୁଡୁ କମେଡି ଚରିତ୍ରରେ ଦର୍ଶକଙ୍କ ମନ ଜିଣିପାରିଛନ୍ତି । 

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.