ହାଇଦ୍ରାବାଦ: ଫ୍ରାନ୍ସରେ ମୋଦିଙ୍କ ଅଭିଭାଷଣ ପରେ ପ୍ରବାସୀ ଭାରତୀୟ ନାଗରିକଙ୍କ ଜୋଶ ଦେଖି ବିଚଳିତ ହେଲା ପାକିସ୍ତାନ । ଫ୍ରାନ୍ସର ଭାରତୀୟଙ୍କ ମୁହଁରେ ମୋଦିଙ୍କ ଗୁଣଗାନକୁ ସହ୍ୟ କରିପାରି ନାହିଁ ପାକ୍ । ଯାହାକୁ ନେଇ ଟ୍ବିଟରରେ ଆପତ୍ତିଜନକ ପୋଷ୍ଟ କରିଛନ୍ତି ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ।
ଶୁକ୍ରବାର ଫ୍ରାନ୍ସର ପ୍ରବାସୀ ଭାରତୀୟ ନାଗରିକଙ୍କୁ ସମ୍ବୋଧିତ କରିବା ପରେ ସେଠାରେ ଉପସ୍ଥିତ ଲୋକଙ୍କ ସହ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେ ସେଠାରେ ଥିବା ବୋହରା ସମ୍ପ୍ରଦାୟର ଲୋକଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ସେମାନେ ହାତରେ ତ୍ରିରଙ୍ଗା ଧରି ମୋଦିଙ୍କ ଗୁଣଗାନ କରିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟରରେ ସେୟାର କରାଯାଇଛି । ତେବେ ପାକିସ୍ତାନ ସରକାରର ମନ୍ତ୍ରୀ ଫୱାଦ ହୁସୈନ ମୋଦିଙ୍କର ଏହି ଭିଡିଓକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରି ଏହି ଡ୍ରାମାରେ ମୋଦି କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।