ETV Bharat / bharat

କୁଳଭୂଷଣଙ୍କ ପାଇଁ ଆଇନଜୀବୀ ନିଯୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ କଲେ ପାକ୍‌ ସରକାର

author img

By

Published : Jul 22, 2020, 4:59 PM IST

ପାକିସ୍ତାନ ସାମରିକ ଅଦାଲତର ରାୟର ସମୀକ୍ଷା ଏବଂ ପୁନର୍ବିଚାର ପାଇଁ ଇସଲାମାବାଦ ଏକ ଆଇନଜୀବୀ ନିଯୁକ୍ତ କରିବା ଉଚିତ। ଏହା ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିରେ ନ୍ୟାୟପୂର୍ଣ୍ଣ ବିଚାର ପାଇଁ କାର୍ଯ୍ୟକାରୀ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଳଭୂଷଣ
ଳଭୂଷଣ

ଇସଲାମାବାଦ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ନୂଆ ନାଟକ ଆରମ୍ଭ କରିଛି ପାକିସ୍ତାନ । ଯାଦବଙ୍କ ପାଇଁ ଜଣେ ଆଇନଜୀବୀଙ୍କୁ ନିଯୁକ୍ତ କରିବାକୁ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି ପାକିସ୍ତାନ ସରକାର । ଏହା ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିରେ ନ୍ୟାୟପୂର୍ଣ୍ଣ ବିଚାର ପାଇଁ କାର୍ଯ୍ୟକାରୀ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ପାକିସ୍ତାନ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଦ୍ବାରା ଏକ ସଂଘୀୟ ନିୟମ ଅନୁଯାୟୀ ଏହି ଆବେଦନ ଦାଖଲ କରାଯାଇଛି । ଏହି ଆବେଦନରେ ଦର୍ଶାଯାଇଛି ଯେ, ପାକିସ୍ତାନ ସାମରିକ ଅଦାଲତର ରାୟର ସମୀକ୍ଷା ଏବଂ ପୁନର୍ବିଚାର ପାଇଁ ଇସଲାମାବାଦ ଏକ ଆଇନଜୀବୀ ନିଯୁକ୍ତ କରିବା ଉଚିତ। ପାକିସ୍ତାନ କୁଲଭୂଷଣ ଯାଦବଙ୍କୁ ତୃତୀୟ କନସୁଲାର ଆକସେସ ପ୍ରଦାନ କରିବାର କିଛି ଦିନ ପରେ ପାକିସ୍ତାନ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ଗତ ସପ୍ତାହରେ ଭାରତୀୟ ଅଧିକାରୀ ଯାଦବଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ । ଏହି ସାକ୍ଷାତକାର ସରିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା, ଏହା ଅବାଧ ଏବଂ ନିଃସର୍ତ୍ତ ନଥଲା । ତେଣୁ ଏହି ସାକ୍ଷାତକାରକୁ କନସୁଲାର ଆକସେସ ଭାବରେ ବିବେଚିତ କରାଯିବନାହିଁ ।

ଭାରତର ବିରୋଧ ସତ୍ବେ ପାକିସ୍ତାନର ଅଧିକାରୀମାନେ କୁଳଭୂଷଣ ଓ ଭାରତୀୟ ଅଧିକାରୀଙ୍କ ନିକଟରେ ବସି ରହି ଭୟ ଓ ଚାପ ସୃଷ୍ଟି କରିଥିଲେ । ଏପରିକି କୁଳଭୂଷଣଙ୍କ ସହ ହୋଇଥିବା ସମସ୍ତ କଥାବାର୍ତ୍ତାକୁ ଭିଡିଓ କ୍ୟାମେରାରେ ରେକର୍ଡ କରିଥିଲେ । କୁଳଭୂଷଣ ଯାଦବ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ ବୋଲି ଭାରତ କହିଥିଲା । କୁଳଭୂଷଣଙ୍କୁ ସାକ୍ଷାତ ପାଇଁ ପାକିସ୍ତାନ ଯେଉଁ ବ୍ୟବସ୍ଥା କରିଥିଲା ତାହା ଭାରତର ସର୍ତ୍ତ ଅନୁଯାୟୀ ନଥିଲା । ତେଣୁ ଏହାକୁ କନସୁଲାର ଆକସେସ ଭାବରେ ଗ୍ରହଣ କରାଯିବ ନାହିଁ ବୋଲି ଭାରତ କହିଥିଲା ।

ସୂଚନାଯୋଗ୍ୟ ଯେ, ଗୁପ୍ତଚର ଅଭିଯୋଗରେ ଯାଦବଙ୍କୁ 2016 ମସିହାରେ ବାଲୁଚିସ୍ତାନରୁ ଗିରଫ କରାଯାଇଥିଲା ବୋଲି ପାକିସ୍ତାନ ଦାବି କରିଛି। କିନ୍ତୁ ପାକିସ୍ତାନର ଅଭିଯୋଗକୁ ଭାରତ ପ୍ରତ୍ୟାଖ୍ୟାନ କରି ଇରାନର ଚାବାହାର ବନ୍ଦରରୁ ତାଙ୍କୁ ଅପହରଣ କରାଯାଇଥିବା ଭାରତ ପକ୍ଷରୁ କୁହାଯାଇଛି।

ତେବେ ୨୦୧୭ରେ କୁଳଭୂଷଣଙ୍କୁ ପାକ୍‌ ସାମରିକ ଅଦାଲତ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ । ପାକିସ୍ତାନ ଭିଏନା ସନ୍ଧିର ନିୟମର ଉଲ୍ଲଙ୍ଘନ କରିଥିବା ନେଇ ଭାରତ ଆଇସିଜେର ଦ୍ୱାରସ୍ଥ ହୋଇଥିଲା । ପାକିସ୍ତାନ ମିଥ୍ୟା ତଥ୍ୟ ରଖିଥିବା ଭାରତ ପକ୍ଷରୁ ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ଯୁକ୍ତି ରଖିଥିଲେ । ଏହା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ରୋକ୍‍ ଲଗାଇଥିଲେ ଆଇସିଜେ । ଏହା ସହିତ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକସେସ ଦେବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.