ETV Bharat / bharat

ଦିଲ୍ଲୀରେ ଆୟୋଜିତ ଏସସିଓ ସମ୍ମିଳନୀରେ ଯୋଗ ଦେବ ପାକ୍‌ !

ନୂଆ ଦିଲ୍ଲୀରେ ଆୟୋଜିତ ଦୁଇ ଦିବସୀୟ ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର  ମିଲିଟାରୀ ମେଡିସିନ ସମ୍ମିଳନୀରେ ଯୋଗ ଦେଇପାରେ ପାକିସ୍ତାନ ।

author img

By

Published : Sep 13, 2019, 10:26 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନର ତିକ୍ତତା ମଧ୍ୟରେ ଭାରତ ଦ୍ବାରା ନୂଆ ଦିଲ୍ଲୀରେ ଆୟୋଜିତ ଦୁଇ ଦିବସୀୟ ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର ମିଲିଟାରୀ ମେଡିସିନ ସମ୍ମିଳନୀରେ ଯୋଗ ଦେଇପାରେ ପାକିସ୍ତାନ । ସମ୍ମିଳନୀର ଦ୍ବିତୀୟ ଦିନରେ ପାକିସ୍ତାନ ନିଜ ପ୍ରତିନିଧିଙ୍କୁ ଯୋଗ ଦେବା ଲାଗି ନୂଆଦିଲ୍ଲୀ ପଠାଇପାରେ ବୋଲି ଅଧିକାରୀ ସୂତ୍ରରୁ ପ୍ରକାଶ ପାଇଛି ।

ସମ୍ମିଳନୀର ପ୍ରଥମ ଦିନ(ଗୁରୁବାର)ରେ 27 ଅନ୍ତରାଷ୍ଟ୍ରୀୟ ଏବଂ 40 ଭାରତୀୟ ପ୍ରତିନିଧି ଯୋଗ ଦେଇଥିଲେ । ତେବେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପାକିସ୍ତାନକୁ ବହୁତ ଡେରିରେ ନିମନ୍ତ୍ରଣ ପଠାଯାଇଥିଲା । ତେଣୁ ପ୍ରଥମ ଦିନରେ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିନିଧି ଯୋଗ ଦେଇନଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଭାରତ ଏବଂ ପାକିସ୍ତାନ 2017 ଜୁନ ମାସରେ ଏସସିଓର ସଦସ୍ୟ ହୋଇଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.