ETV Bharat / bharat

ପୁଣି ପାକ୍‌ର ଔଦ୍ଧତାମି, ଲଗାତାର କରୁଛି ଅସ୍ତ୍ରବିରତି ଉଲ୍ଲଂଘନ - ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ

ଶନିବାର ପୁଞ୍ଚର ବାଲାକୋଟ ସେକ୍ଟରର ଏଲଓସିରେ ପାକ୍‌ ସେନା ଗୁଳିବର୍ଷଣ କରିଛି । ରାତି ପ୍ରାୟ ସାଢେ 9ଟାରେ ଏହି ଘଟଣା ଘଟିଛି । ଅଧିକ ପଢନ୍ତୁ...

ପୁଣି ପାକ୍‌ର ଔଦ୍ଧତାମି, ଲଗାତାର କରୁଛି ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : Apr 11, 2020, 11:19 PM IST

ଶ୍ରୀନଗର: ଲଗାତାର ତିନି ଦିନ ହେବ ପାକିସ୍ତାନ ନିଜର ବଦମାସି ଦେଖାଇ ଚାଲିଛି । ଭାରତ ଏବେ କୋରୋନା ସହିତ ଲଢୁଥିବାବେଳେ ପାକିସ୍ତାନ ନିଜର ଔଦ୍ଧତାମୀ ଦେଖାଉଛି । ପୁଣିଥରେ ଶନିବାର ପାକ୍‌ ସେନା ସୀମାରେ ଗୁଳିମାଡ କରିଛି ।

ଖବର ଅନୁସାରେ ଶନିବାର ପୁଞ୍ଚର ବାଲାକୋଟ ସେକ୍ଟରର ଏଲଓସିରେ ପାକ୍‌ ସେନା ଗୁଳିବର୍ଷଣ କରିଛି । ରାତି ପ୍ରାୟ ସାଢେ 9ଟାରେ ଏହି ଘଟଣା ଘଟିଛି । ପାକ୍‌ ପକ୍ଷରୁ ଗୁଳିମାଡ ଓ ମୋର୍ଟାର ମାଡ ହୋଇଥିଲା । ଭାରତୀୟ ସେନା ପକ୍ଷରୁ ଏହାର ଦୃଢ ଜବାବ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ଧରି ପୁଞ୍ଚର କିର୍ଣ୍ଣି ଓ ମେନ୍ଧର ସେକ୍ଟରରେ ପାକ୍‌ ସେନା ଗୁଳିମାଡ କରିଛି । ସୀମାରେ ଭାରତୀୟ ପୋଷ୍ଟ ଉପରକୁ ଛୋଟ ଛୋଟ ମୋର୍ଟାର ମାଡ ମଧ୍ୟ କରିଛି । ତେବେ ପାକିସ୍ତାନ ସେନାର ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନର ଦୃଢ ଜବାବ ଦେଉଛି ଭାରତୀୟ ସେନା ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.