ETV Bharat / bharat

ଆମେରିକାରେ ଇମ୍ରାନ, ଟ୍ରମ୍ପ ସରକାରଙ୍କ ଅଣଦେଖା

author img

By

Published : Jul 21, 2019, 11:13 PM IST

ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଆମେରିକା ଗସ୍ତରେ ଯାଇଥିବା ଇମ୍ରାନ ଖାନଙ୍କୁ ଆମେରିକାରେ ଅଣଦେଖା । ବିମାନ ବନ୍ଦରରୁ ଓହ୍ଲାଇବା ପରେ ସେ ନିଜର ବୈଦେଶିକ ମନ୍ତ୍ରୀ ଶାହ ମହସୁଦ କୁରେସୀଙ୍କ ସହ ମେଟ୍ରୋରେ ଯାତ୍ରା କରିଥିଲେ ।

ଫଟୋ ସୌଜନ୍ୟ: @TarekFatah

ନୂଆଦିଲ୍ଲୀ: ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆମେରିକାରେ ଅସମ୍ମାନ । ପ୍ରଧାନମନ୍ତ୍ରୀ ଭାବେ ଏହା ଥିଲା ତାଙ୍କର ପ୍ରଥମ ଆମେରିକା ଗସ୍ତ । ଇମ୍ରାନ ଖାନ କମର୍ସିଆଲ ବିମାନ ଯୋଗେ ଆମେରିକାରେ ପହଞ୍ଚିବା ପରେ ତାଙ୍କର ସ୍ବାଗତ କରିବାକୁ ବିମାନବନ୍ଦରରେ ଆମେରିକାର କେହି ଜଣେ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ନଥିଲେ । ଖାଲି ସେତିକି ନୁହେଁ ବିମାନ ବନ୍ଦରରୁ ଓହ୍ଲାଇବା ପରେ ସେ ନିଜର ବୈଦେଶିକ ମନ୍ତ୍ରୀ ଶାହ ମହସୁଦ କୁରେସୀଙ୍କ ସହ ମେଟ୍ରୋରେ ଯାତ୍ରା କରିଥିଲେ ।

no major State Officer has been received  pak pm
ଫଟୋ ସୌଜନ୍ୟ: @TarekFatah

ଆମେରିକା ଯାତ୍ରା ପାଇଁ ଇମ୍ରାନ କତର ଏୟାରୱେଜର କମର୍ସିଆଲ ବିମାନ ନେଇଥିଲେ । ତେବେ କତର ଏୟାରୱେଜ ବିମାନରେ ଇମ୍ରାନ ଆମେରିକା ଯିବାର ମୁଖ୍ୟ କାରଣ ପାକ୍ ର ଆର୍ଥିକ ସଙ୍କଟକୁ ଦର୍ଶାଉଛି । ସେହିପରି ଇମ୍ରାନ ନିଜର ଏହି ତିନି ଦିନିଆ ଗସ୍ତ ସମୟରେ କୌଣସି ଦାମୀ ହୋଟେଲେ ନରହି ୱାଶିଂଟନରେ ଅବସ୍ଥିତ ପାକିସ୍ତାନର ରାଷ୍ଟ୍ରଦୂତ ଆସାଦ ମଜିଦ ଖାନ୍‌ଙ୍କ ବାସଭବନରେ ରହିଛନ୍ତି । ତେବେ ୱାଶିଂଟନରେ ଥିବା ପାକ୍ ର କିଛି ଦୂତାବାସ ସେଠାରେ ତାଙ୍କର ସ୍ବାଗତ କରିଥିଲେ ।

ଆମେରିକା ଗସ୍ତରେ ଥିବା ଇମ୍ରାନ ଖାନ ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । ଏହି ସମୟରେ ସେ ଉଭୟ ଦେଶ ମଧ୍ୟରେ ରକ୍ଷା, ବ୍ୟାପାର, ଏବଂ ଋଣ ଭଳି ବିଷୟରେ ଆଲୋଚନା କରିବେ । ଏହି ଆଲୋଚନା ମଧ୍ୟରେ ଆତଙ୍କବାଦୀ ଉପରେ ମଧ୍ୟ ଚର୍ଚ୍ଚା ହେବାର ସୂଚନା ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.