ETV Bharat / bharat

ପାକିସ୍ତାନ ଲୋଡିଲା ଭାରତର ସହାୟତା - ପାକ-ଭାରତ

ପାକିସ୍ତାନ ହାଇକମିଶନରଙ୍କ ଅନୁରୋଧ ପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା କୋଭିଡ ଇମରଜେନ୍ସି ସେଲ୍ ସହ ସଂଯୋଜକ ଦାମୁ ରବି ସଂପୃକ୍ତ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଏଥିରେ ପାକ୍ ନାଗରିକଙ୍କ ଯାତ୍ରା ନେଇ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ...

pak india nationals
ପାକିସ୍ତାନ ଲୋଡିଲା ଭାରତର ସହାୟତା
author img

By

Published : Apr 15, 2020, 11:43 PM IST

ଭାରତର ବିଭିନ୍ନ ସହରରେ ଥିବା ନିଜର ୪୧ ନାଗରିକଙ୍କୁ ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ପଠାଇବାକୁ ଭାରତର ସହାୟତା ଲୋଡିଛି ଇସଲାମାବାଦ । ନୂଆଦିଲ୍ଲୀରେ ଥିବା ନିଜର ଦୂତାବାସ ଜରିଆରେ ଭାରତ ସରକାରଙ୍କୁ ଏହି ଅନୁରୋଧ କରିଛି ପାକିସ୍ତାନ ।

ଗୁରୁବାର ସକାଳ ୧୦ଟା ବେଳେ ଦିଲ୍ଲୀ, ହରିୟାଣା, ୟୁପି ଓ ପଞ୍ଜାବରେ ଥିବା ପାକ ନାଗରିକମାନେ ଅଟାରିରୁ ୱାଘା ଦେଇ ପାକିସ୍ତାନ ଯିବେ । ପାକିସ୍ତାନ ହାଇକମିଶନରଙ୍କ ଅନୁରୋଧ ପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ତଥା କୋଭିଡ ଇମରଜେନସି ସେଲ୍‌ ସହ ସଂଯୋଜକ ଦାମୁ ରବି ସଂପୃକ୍ତ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ପାକ୍ ନାଗରିକଙ୍କ ଯାତ୍ରା ନେଇ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

ଏପ୍ରିଲ ୧୪ରେ ଲେଖାଯାଇଥିବା ଏହି ଚିଠିରେ ସ୍ୱଦେଶ ଫେରିବାକୁ ଥିବା ପାକ୍ ନାଗରିକ ଓ ଗାଡି ସଂପର୍କରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ୧୮୮ ପାକ ନାଗରିକଙ୍କ ମଧ୍ୟରୁ ୪୦ ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଯିବାର ବ୍ୟବସ୍ଥା କରାଯାଇଥିବା ନେଇ ପାକିସ୍ତାନକୁ ଆନୁଷ୍ଠାନିକ ଭାବେ ଜଣାଇ ଦିଆଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି । ଭାରତରେ ଥିବା ବିଦେଶୀ ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ଏଣେ କୋରୋନା ସଙ୍କଟ ଲକଡାଉନ ଓ ସୀମା କଟକଣା ଯୋଗୁଁ ପାକିସ୍ତାନରେ ୧୦୫ ଭାରତୀୟ ଛାତ୍ର ଓ ୧୦୦ ଭାରତୀୟ ପଯ୍ୟର୍ଟକ ଅଟକିଛନ୍ତି । ଭାରତ ସରକାରଙ୍କ ନୀତି ଅନୁସାରେ ବର୍ତ୍ତମାନ ସେମାନେ ଯେଉଁଠି ଅଛନ୍ତି, ସେଠାରେ ଥାଆନ୍ତୁ ବୋଲି କୁହାଯାଇଛି । ତେବେ, ଖୁବଶୀଘ୍ର ସେମାନଙ୍କୁ ଭାରତ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି ସୂତ୍ରରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.