ETV Bharat / bharat

କୋରୋନା ଭାଇରସ୍‌ ଚିହ୍ନଟ କରିଥିବା ପାକ୍ ‘ହିରୋ’ ଡାକ୍ତରଙ୍କ ମୃତ୍ୟୁ

author img

By

Published : Mar 23, 2020, 10:48 AM IST

କୋରୋନା ଭାଇରସକୁ ଚିହ୍ନଟ କରୁଥିବା ପାକିସ୍ତାନର ଜଣେ ଯୁବ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ତାଙ୍କର ସାହାସିକତା ପାଇଁ ତାଙ୍କୁ ପାକ୍ ହିରୋ ଭାବେ ଘୋଷଣା କରାଯିବ ବୋଲି କହିଲେ ଜିବି ସରକାର । ଅଧିକ ପଢନ୍ତୁ...

Pak 'hero' doctor who led fight against COVID-19 dies
କୋରୋନା ଭାଇରସ୍‌ ଚିହ୍ନଟ କରିଥିବା ପାକ୍ ‘ହିରୋ’ ଡାକ୍ତରଙ୍କ ମୃତ୍ୟୁ

ଇସଲାମାବାଦ: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କୋରୋନା ଭାଇରସ୍‌। ଏହି ଭାଇରସ୍ ଏବେ 193ଟି ଦେଶରେ କାୟା ବିସ୍ତାର କରିସାରିଛି । ଚୀନ ପରେ ଇଟାଲିର ଅବସ୍ଥା ଏତେ ଖରାପ ଯେ 24 ଘଣ୍ଟାରେ 700ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏଇ ଭାଇରସ କବଳରୁ ଲୋକଙ୍କୁ ଉଦ୍ଧାର କରୁଥିବା ଡାକ୍ତର ଯଦି ଆକ୍ରାନ୍ତ ହୁଅନ୍ତି, ତେବେ ଆମେ ନିଜକୁ କେମିତି ରକ୍ଷା କରିବା ? ତେବେ ବିଶ୍ବକୁ ପ୍ରଥମେ କୋରୋନା ଭାଇରସ୍‌ ବିଷୟରେ ଅବଗତ କରାଇଥିବା ଚୀନ ଡାକ୍ତରଙ୍କ ମୃତ୍ୟୁ ପରେ ଏବେ ପାକିସ୍ତାନରେ ଘଟିଛି ଏଭଳି ଦୁଃଖଦ ଘଟଣା । ପାକିସ୍ତାନର ଗିଲଗିଟ୍-ବାଲ୍ଟିସ୍ତାନ(GB) ରେ କୋରୋନା ଭାଇରସକୁ ଚିହ୍ନଟ କରୁଥିବା ଜଣେ ଯୁବ ଡାକ୍ତରଙ୍କର ମୃତ୍ୟୁ ଘଟିଛି ।

ରବିବାର ରାତିରେ ଡାକ୍ତର ଉସମା ରିୟାଜଙ୍କ ମୃତ୍ୟୁ ହୋଇଥିବା ଜିବି ସରକାରୀ ମୁଖପାତ୍ର ଫଇଜୁଲ୍ଲା ଫରାକ୍ ନିଶ୍ଚିତ କରିଥିଲେ । କିନ୍ତୁ ତାଙ୍କର କୋରୋନାଜନିତ ମୃତ୍ୟୁ ହୋଇଛି କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇ ନାହିଁ । ରିୟାଜ ରୋଗୀଙ୍କ ସ୍କ୍ରିନିଂ ଟେଷ୍ଟରେ ସକ୍ରିୟ ଥିଲେ । ସେଥିପାଇଁ ତାଙ୍କୁ ଇରାନ୍ ସୀମାରେ ଥିବା ତପ୍ତନ ସହରରୁ ଆସୁଥିବା ରୋଗୀଙ୍କ ସ୍କ୍ରିନିଂ ପରୀକ୍ଷା କରିବାର ଦାୟିତ୍ବ ଦିଆଯାଇଥିଲା । ତାଙ୍କର ଏହି ସାହସିକତା ପାଇଁ ତାଙ୍କୁ ବିଭିନ୍ନ ମହଲାରେ ପ୍ରଶଂସା ମଧ୍ୟ କରାଯାଇଛି ।

ତେବେ ଜିବି ସରକାର ଟ୍ବିଟ୍ ମାଧ୍ୟମରେ କୋରୋନା ଭାଇରସ୍ ବିରୋଧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉସମା ରିଆଜଙ୍କ ଦେହାନ୍ତ ସୂଚନା ଦେଇ ଦଃଖଦ ପ୍ରକାଶ କରିଥିଲେ । ଏବଂ ରିୟାଜଙ୍କ ଏଭଳି ସାହାସିକତା ପାଇଁ ତାଙ୍କୁ ପାକ୍ ‘ହିରୋ’ ଭାବେ ସରକାର ଘୋଷଣା କରାଯିବ ବୋଲି କହିଛନ୍ତି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.