ETV Bharat / bharat

ପୁଲୱାମା ଆକ୍ରମଣରେ ଜୈସର ଭୂମିକା ସନ୍ଦେହଜନକ: ପାକ ବିଦେଶ ମନ୍ତ୍ରୀ

ପୁଲୱାମା ଆକ୍ରମଣରେ ନିଜକୁ ଦାୟୀ କରୁଥିବା ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦକୁ ପାକ୍ ବୈଦେଶିକ ମନ୍ତ୍ରୀ ଶାହା ଅହମ୍ମୁଦ କ୍ୟୁରେସୀ ଖୋଲାଖୋଲି ସମର୍ଥନ କରୁଥିବା ନେଇ ଏକ ଗଣମାଧ୍ୟମର ସାକ୍ଷାତକାରରେ ଦେଖିବାକୁ ମିଳିଛି।

author img

By

Published : Mar 2, 2019, 3:25 PM IST

ଫଟୋ ସୌଜନ୍ୟ:ଇନାଡୁ ଇଣ୍ଡିଆ

ଇସଲାମାବାଦ: ସୁଧୁରିବାର ନାଁ ଧରୁନି ପାକିସ୍ତାନ। ଗୋଟିଏ ପଟେ ଶାନ୍ତିର କଥା କହୁଥିବାବେଳେ ଅନ୍ୟପଟେ ଆତଙ୍କବାଦଙ୍କୁ ସମର୍ଥନ କରିବାରେ ଲାଗିଛି। ପୁଲୱାମା ଆକ୍ରମଣରେ ନିଜକୁ ଦାୟୀ କରୁଥିବା ଆତଙ୍କବାଦୀ ସଂଙ୍ଗଠନ ଜୈସ-ଏ-ମହମ୍ମଦକୁ ପାକ୍ ବୈଦେଶିକ ମନ୍ତ୍ରୀ ଶାହା ଅହମ୍ମୁଦ କ୍ୟୁରେସୀ ଖୋଲାଖୋଲି ସମର୍ଥନ କରୁଥିବା ନେଇ ଏକ ପ୍ରମୁଖ ଟିଭି ସାକ୍ଷାତକାରରେ ଦେଖିବାକୁ ମିଳିଛି।

ଏହି ସାକ୍ଷାତକାରରେ ଆତଙ୍କୀ ସଙ୍ଗଠନ ଜୈସ ଲିଡରସିପ ସହ ପାକ ସେନା କଥା ହୋଇଥିଲେ। ଯେଉଁଥିରେ ପୁଲୱାମା ଆକ୍ରମଣରେ ଜୈସର କିଛି ହାତ ନଥିବା କ୍ୟୁରେସୀ କହିଛନ୍ତି। ମାତ୍ର ଗୋଟିଏ ଦିନ ପୂର୍ବରୁ ହିଁ ପାକ ବୈଦେଶିକ ମନ୍ତ୍ରୀ ମସୁଦ ଅଜହର ବହୁତ ଅସୁସ୍ଥ, ସେଥିପାଇଁ ସେ ହସ୍ପିଟାଲରେ ଥିବା କଥା କ୍ୟୁରେସୀ କହିଥିଲେ।

ଯେତେବେଳେ ସମ୍ବାଦଦାତା ପୁଲୱାମା ଆକ୍ରମଣରେ ଜୈସକୁ ଦାୟୀ କରି ପ୍ରଶ୍ନ ପଚରା ଯାଇଥିଲା, କ୍ୟୁରେସୀ ବହୁ ତତ୍ପରତାର ସହ ଏହାକୁ ଖଣ୍ଡନ କରିଥିଲେ। ଏହାସହ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାରେ ଯୁଦ୍ଧ ସମସ୍ୟାର ସମାଧାନ ନୁହେଁ ବୋଲି କହିଛନ୍ତି। ଏଭଳି ପରିସ୍ଥିତିରେ ଯୁଦ୍ଧ କରିବା ଦୁଇ ଦେଶ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେବ ବୋଲି କ୍ୟୁରେସୀ କହିଛନ୍ତି।

ଏହାସହ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା କଥାକୁ ମଧ୍ୟ ଖଣ୍ଡନ କରି ସବୁ ଦୋଷ ମିଡିଆ ଉପରେ ଦେଇଥିଲେ। ଭାରତ ମିଡିଆରେ ପାକିସ୍ତାନ ବିରୁଦ୍ଧରେ ଭୁଲ ତଥ୍ୟ ଦେଇ ପାକିସ୍ତାନକୁ ମଳିନ କରୁଥିବା ସେ କହିଛନ୍ତି । ଗୋଟିଏପଟେ ବାରମ୍ବାର ପାକିସ୍ତାନର ମିଛ ଧରା ପଡିବା ପରେ ବି ପାକ ବୈଦେଶିକ ମନ୍ତ୍ରୀଙ୍କ ମୁହଁ ଫୁଟାଣି କମ ହେଉନାହିଁ।

undefined

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.