ETV Bharat / bharat

ପଦ୍ମନାଭ ସ୍ବାମୀ ମନ୍ଦିର ବିବାଦ: ପରିଚାଳନା କମିଟିରେ ସଦସ୍ୟ ରହିବେ ରାଜ ପରିବାର

ଦେଶର ଅନ୍ୟତମ ଧନୀ ମନ୍ଦିର ଭଗବାନ ପଦ୍ମନାଭ ସ୍ବାମୀ ମନ୍ଦିର ପରିଚାଳନା କମିଟିରେ ସଦସ୍ୟ ରହିବେ ରାଜ ପରିବାର । ଦୀର୍ଘ 9 ବର୍ଷର ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣୀ କରିବା ସହ ଏହି ନିର୍ଦ୍ଦେଶ ଶୁଣାଇଛନ୍ତି । ଅଧିକ ପଢନ୍ତୁ..

ପଦ୍ମନାଭ ସ୍ବାମୀ ମନ୍ଦିର ବିବାଦ: ପରିଚାଳନା କମିଟିରେ ସଦସ୍ୟ ରହିବେ ରାଜ ପରିବାର
ପଦ୍ମନାଭ ସ୍ବାମୀ ମନ୍ଦିର ବିବାଦ: ଜିଲ୍ଲା ଜଜଙ୍କ ନେତୃତ୍ୱରେ ଗଠନ ହେବ କମିଟି
author img

By

Published : Jul 13, 2020, 10:30 PM IST

ଥିରୁଅନନ୍ତପୁରମ: କେରଳର ଥିରୁଅନନ୍ତପୁରମ ସ୍ଥିତ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ପରିଚାଳନା ଏବଂ ପ୍ରଶାସନ ମଧ୍ୟରେ ଚାଲିଥିବା ଆର୍ଥିକ ବିବାଦକୁ ନେଇ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପଦ୍ମନାଭସ୍ୱାମୀ ମନ୍ଦିରର ପରିଚାଳନା ପ୍ରସଙ୍ଗରେ ତ୍ରାବଣକୋର ରାଜ ପରିବାରର ଅଧିକାରକୁ ସୁପ୍ରିମକୋର୍ଟ ଦେଇଛନ୍ତି ସ୍ୱୀକୃତି। ଏହାସହ ଥିରୁଅନନ୍ତପୁରମର ଜିଲ୍ଲା ଜଜଙ୍କ ନେତୃତ୍ୱରେ ଗଠିତ ମନ୍ଦିର ପରିଚାଳନା କମିଟିରେ ରାଜ ପରିବାର ସଦସ୍ୟ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନାୟାଳୟ ।

ପଦ୍ମନାଭ ସ୍ବାମୀ ମନ୍ଦିର ବିବାଦ: ପରିଚାଳନା କମିଟିରେ ସଦସ୍ୟ ରହିବେ ରାଜ ପରିବାର

ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ଆର୍ଥିକ ବିଶୃଙ୍ଖଳାକୁ ନେଇ ପରିଚାଳନା କମିଟି ଓ ପ୍ରଶାସନ ମଧ୍ୟରେ ବିବାଦ ଦୀର୍ଘ 9 ବର୍ଷ ଧରି ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲା । ପରେ ଏନେଇ କେରଳ ହାଇକୋର୍ଟ ଏହି ମାମଲାର ଶୁଣାଣୀ କରିଥିଲେ । ମନ୍ଦିର ପରିଚାଳନାକୁ ନେଇ ନୂତନ କମିଟି ଗଠନ ସହିତ ରାଜ ପରିବାରକୁ ପରିଚାଳନା କମିଟିରୁ ବାଦ ଦେବାକୁ ନେଇ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ତ୍ରାବଣକୋର ରାଜ ପରିବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ । ଦୀର୍ଘ ଦିନର ବିବାଦକୁ ସର୍ବୋଚ୍ଚ ନାୟାଳୟ ସୋମବାର ଶୁଣାଣୀ କରିବା ସହିତ ପରିଚାଳନା କମିଟିରେ ରାଜ ପରିବାରକୁ ସଦସ୍ୟ ରଖିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

ଭଗବାନ ପଦ୍ମନାଭ ସ୍ବାମୀଙ୍କ ଏହି ମନ୍ଦିରକୁ ଅଷ୍ଟାଦଶ ଶତାବ୍ଦୀରେ ତ୍ରାବଣକୋର ରାଜ ପରିବାରର ପୂର୍ବ ପୁରୁଷ ମାନେ ନିର୍ମାଣ କରିଥିଲେ । ଏହି ରାଜ ପରିବାର 1947 ପର୍ଯ୍ୟନ୍ତ ଦକ୍ଷିଣ କେରଳ ଓ ଏହାକୁ ଲାଗି ରହିଥିବା ତାମିଲନାଡୁର କିଛି ଅଂଶକୁ ଶାସନ କରିଥିଲେ । ସ୍ବାଧୀନତା ପରେ ମଧ୍ୟ ଏହି ମନ୍ଦିର ରାଜ ପରିବାରର ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିଲା । ଏହାକୁ ଦେଶର ଅନ୍ୟତମ ଧନୀ ମନ୍ଦିର ଭାବେ ମଧ୍ୟ ବିବେଚିତ କରାଯାଏ । ପଦ୍ମନାଭ ସ୍ବାମୀ ମନ୍ଦିରରେ ରହିଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ 2 ଲକ୍ଷ କୋଟି ଟଙ୍କା ହେବ ।

ମେ 2011ରେ ମନ୍ଦିରର ପରିଚାଳନା ଏବଂ ସମ୍ପତ୍ତି ନିୟନ୍ତ୍ରଣ ସମ୍ବନ୍ଧରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ ମୂଲ୍ୟବାନ ପଦାର୍ଥ ଏବଂ ଅଳଙ୍କାରର ବିସ୍ତୃତ ବିବରଣୀ ମଧ୍ୟ ମନ୍ଦିରର ଭଣ୍ଡାରରେ ପ୍ରସ୍ତୁତ ହେବ । ଦେଶର ସବୁଠାରୁ ଧନୀ ମନ୍ଦିରରେ ରାଜ ପରିବାର ପରିଚାଳନା କରିବେ କି ନାହିଁ ତାହା ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହି ମନ୍ଦିରଟି ସର୍ବ ସାଧାରଣ ସମ୍ପତ୍ତି କି ନାହିଁ ଏବଂ ତିରୁପତି ତିରୁମାଲା, ଗୁରୁଭାୟୁର ଏବଂ ସାବରିମାଲା ମନ୍ଦିର ପରି ଏକ ଦେବସ୍ଥାନ ବୋର୍ଡ ସ୍ଥାପନ କରିବା ଆବଶ୍ୟକ କି ନାହିଁ ତାହା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏହି ବେଞ୍ଚ ରାଜ ପରିବାରର ଅଧିକାରକୁ ସ୍ୱୀକୃତି ଦେଇଥିଲା। ସେପଟେ ସୁପ୍ରିମକୋର୍ଟ୍ଟଙ୍କ ନିର୍ଦେଶ ପରେ ରାଜ ପରିବାର ସଦସ୍ୟ ମାନେ ଖୁସି ଜାହିର କରିବା ସହ ପରମ୍ପରା ବଜାୟ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.