ଗାନ୍ଧୀନଗର: ଆପଣ କେବେ ଗୁପୁଚୁପର ଏଟିଏମ ବିଷୟରେ ଶୁଣିଛନ୍ତି। ଏହା ଶୁଣି ନିଶ୍ଚୟ ତାଜୁବ ଲାଗୁଥିବ। ହେଲେ ଏମିତି ଏକ ଗୁପୁଚୁପ ଏଟିଏମର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଏଟିଏମରେ ଟଙ୍କା ପକାଇଲେ ବାହାରୁଛି ଗୁପୁଚୁପ ଓ ଖଟାପାଣି।
କୋରୋନା ମହାମାରୀ ଯୋଗୁଁ ଲୋକେ ସଜାଗ ରହିଛନ୍ତି। ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଲୋକେ ବାହାରେ ଖାଇବା ପ୍ରାୟ ବନ୍ଦ କରିଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁବିଧା ପାଇଁ ଗୁଜୁରାଟର ବାନସ୍କାଟାର ଅଞ୍ଚଳର ଜଣେ ଯୁବକ ଗୁପଚୁପ ଏଟିଏମ ତିଆରି କରିଛନ୍ତି।
ଏହି ଗୁପଚୁପ ଏଟିଏମ ଠିକ ଏକ ସାଧାରଣ ଏଟିଏମ ପରି କାମ କରୁଛି। ନିଜ ପସନ୍ଦ ଅନୁସାରେ ମେସିନରେ ଟଙ୍କା ରଖିବା ମାତ୍ରେ ସ୍ୱୟଂଚାଳିତ ଭାବେ ମେସିନରୁ ଗୁପଚୁପ ଓ ଖଟାପାଣି ବାହାରିବ। ଏହି ମେସିନ ତିଆରି କରିବା ପାଇଁ ୬ ମାସ ସମୟ ଲାଗିଥିବା ଜଣାପଡିଛି।