ETV Bharat / bharat

ଦିଲ୍ଲୀ ଦଙ୍ଗା, ମୋଦି ସରକାର ଉପରେ ବର୍ଷିଲେ ଓୱେସୀ - DELHI RIOTS

ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) ଦଳର ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଇ ମୋଦି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

DELHI RIOTS
ଦିଲ୍ଲୀ ଦଙ୍ଗା, ମୋଦି ସରକାର ଉପରେ ବର୍ଷିଲେ ଓୱେସି
author img

By

Published : Mar 1, 2020, 3:07 PM IST

ହାଇଦ୍ରାବାଦ: ଦିଲ୍ଲୀ ହିଂସାକୁ ନେଇ ମୋଦି ସରକାରଙ୍କୁ ଏଆଇଏମଆଇଏମ ଦଳର ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କ ଟାର୍ଗେଟ । ଦେଶରେ ମୋଦି ଶତ୍ରୃତା ବୃଦ୍ଧି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଓୱେସୀ । ହାଇଦ୍ରାବାଦ ଏମଆଇଏମ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ସେ ।

ଦିଲ୍ଲୀ ଦଙ୍ଗା, ମୋଦି ସରକାର ଉପରେ ବର୍ଷିଲେ ଓୱେସି

ଦିଲ୍ଲୀରେ ଦଙ୍ଗା ହେଉଥିବାବେଳେ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ । ଦେଶରେ ଶାନ୍ତି ନିରାପତ୍ତା ରକ୍ଷା କରିବା ସରକାରଙ୍କ ଉତ୍ତର ଦାୟିତ୍ବ । ସେ ଆହୁରି କହିଥିଲେ କି, ‘ଆଶା ଥିଲା ଗୁଜୁରାଟ ଦଙ୍ଗା ମୋଦିଙ୍କୁ କିଛି ଶିଖାଇବ ହେଲେ ଦିଲ୍ଲୀ ଦଙ୍ଗା ଦେଖି ସେ ଆଶା ସବୁ ମରିଯାଇଛି’ । ଏହି ଅବସରରେ ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ସେ ।

ଏହା ଛଡା ସେ କହିଥିଲେ, ସରକାର ମୋ ବିରୋଧରେ ଯେତେ ମାମଲା ଦାୟର କଲେ ବି ମୁଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢେଇ ଜାରି ରଖିବି । ଏହି ଅବସରରେ ଦଙ୍ଗା ପୀଡିତଙ୍କୁ ସେ ଗୋଟେ ମାସର ଦରମା ପ୍ରଦାନ କରିଥିଲେ । ଏଥିସହ ତେଲେଙ୍ଗାନାରେ NPR ଲାଗୁ ନ କରିବାକୁ ଅନୁରୋଧ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.