ଭୋପାଳ: ଭୋପାଳ ରେଳଷ୍ଟେସନରେ ବଡ ଦୁର୍ଘଟଣା । ଫୁଟ ଓଭର ବ୍ରିଜର ସିଡି ଭୁଶୁଡି 1 ଡର୍ଜନରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ଲାର୍ଟଫର୍ମ ନମ୍ବର 2ରେ ଏହି ଦୁର୍ଘଟଣା ଘଟିଛି ।
କୁହାଯାଉଛି ଯେ, ଓଭରବ୍ରିଜର ଦୟନୀୟ ସ୍ଥିତି ନେଇ ବାରମ୍ବାର ଷ୍ଟେସନ ମାଷ୍ଟରଙ୍କୁ ଅଭିଯୋଗ କରାଯାଇଛି । ହେଲେ ଏତେ ସବୁ ପରେ ବି ଷ୍ଟେସନ ମାଷ୍ଟର ଏ ନେଇ ଦୃଷ୍ଟି ଦେଇନଥିଲେ । ଯାହା ଫଳ ସ୍ବରୂପ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ପରେ ପ୍ଲାର୍ଟଫର୍ମ 2ରେ ଆସୁଥିବା ସମସ୍ତ ଟ୍ରେନକୁ ଅନ୍ୟ ଷ୍ଟେସନର ପ୍ଲାର୍ଟଫର୍ମକୁ ଡାଇଭର୍ଟ କରିଦିଆଯାଇଛି ।
ତେବେ ଏଭଳି ଦୁର୍ଘଟଣା ପରେ ପ୍ରଶ୍ନ ଉଠୁଛି କି, ଏତେ ଅଭିଯୋଗ ପରେ ବି କିପରି ବିଭାଗୀୟ ଅଧିକାରୀ ବ୍ରିଜ ମରାମତି କାମ କଲେ ନାହିଁ ? ଏହି ଦୁର୍ଘଟଣାର ଦାୟୀ କିଏ ?
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ