ETV Bharat / bharat

ମାଗଣାରେ ରାଜ୍ୟଗୁଡିକୁ ବଣ୍ଟାଯାଇଛି 1 କୋଟିରୁ ଅଧିକ ପିପିଇ କିଟ୍: ସ୍ୱାସ୍ଥ୍ୟ ମନ୍ତ୍ରାଳୟ - ଏନ-95 ମାସ୍କ

ଏପ୍ରିଲ 1ରୁ ଦୁଇ କୋଟିରୁ ଅଧିକ ଏନ-95 ମାସ୍କ ଏବଂ 1 କୋଟିରୁ ଅଧିକ ପିପିଇ କିଟ୍ ରାଜ୍ୟଗୁଡିକୁ ମାଗଣାରେ ବଣ୍ଟନ କରାଯାଇଛି ବୋଲି ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି।

health ministry
1 କୋଟିରୁ ଅଧିକ ପିପିଇ କିଟ୍ ରାଜ୍ୟଗୁଡିକୁ ମାଗଣାରେ ବଣ୍ଟନ କରାଯାଇଛି
author img

By

Published : Jul 3, 2020, 4:35 PM IST

ନୂଆଦିଲ୍ଲୀ: ଏପ୍ରିଲ 1ରୁ ଦୁଇ କୋଟିରୁ ଅଧିକ ଏନ-95 ମାସ୍କ ଏବଂ 1 କୋଟିରୁ ଅଧିକ ପିପିଇ କିଟ୍ ରାଜ୍ୟଗୁଡିକୁ ମାଗଣାରେ ବଣ୍ଟନ କରାଯାଇଛି ବୋଲି ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛି, ଏପ୍ରିଲ 1ରୁ କେନ୍ଦ୍ର 2.02 କୋଟିରୁ ଅଧିକ ଏନ-95 ମାସ୍କ ଏବଂ 1.18 କୋଟିରୁ ଅଧିକ ପିପିଇ କିଟ୍ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣାରେ ବଣ୍ଟନ କରିଛି। ଏଥିସହ 6.12 କୋଟିରୁ ଅଧିକ ଏଚସିକ୍ୟୁ ଟାବଲେଟ୍ ସେମାନଙ୍କୁ ବଣ୍ଟନ କରାଯାଇଛି।

ମନ୍ତ୍ରଣାଳୟ କହିଛି, ଏପର୍ଯ୍ୟନ୍ତ 11,300 ମେକ୍ ଇନ୍ ଇଣ୍ଡିଆ ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ଅନୁଷ୍ଠାନକୁ ପଠାଯାଇଛି । ସେଥିମଧ୍ୟରୁ 6,154 ଭେଣ୍ଟିଲେଟର ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି। ଏହି ଇନଷ୍ଟସେସନକୁ କେନ୍ଦ୍ର ସରକାର ସୁନିଶ୍ଚିତ କରିଛନ୍ତି ।

ଏମଓଏଚଏଫଡବ୍ୟୁ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ 1.02 ଲକ୍ଷ ଅକ୍ସିଜେନ ସିଲିଣ୍ଡର ଯୋଗାଇଛି । ସେଥିମଧ୍ୟରୁ 72,293କୁ ସେଠାରେ ଥିବା ଅକ୍ସିଜେନ ବେଡକୁ ପଠାଯାଇଛି ।

ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ 7.81 ଲକ୍ଷ ପିପିଇ କିଟ୍ ଏବଂ 12.76 ଲକ୍ଷ ଏନ-95 ମାସ୍କ ଦିଲ୍ଲୀକୁ ପଠାଯାଇଥିବା ବେଳେ 11.78 ଲକ୍ଷ ପିପିଇ କିଟ୍ ଏବଂ 20.64 ଏନ-95 ମାସ୍କ ମହାରାଷ୍ଟ୍ର ପଠାଯାଇଛି । ସେହିପରି 5.39 ଲକ୍ଷ ପିପିଇ କିଟ୍ ଏବଂ 9.81 ଲକ୍ଷ ଏନ-95 ମାସ୍କ ତାମିଲନାଡୁ ପଠାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.