ETV Bharat / bharat

ଆଜମଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ !

ବିଜେପି ସାଂସଦ ରମାଦେବୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ସପା ସାଂସଦ ଆଜମ ଖାନ । ଶୁକ୍ରବାର ତାଙ୍କ ବୟାନକୁ ନେଇ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ସଦନର ମହିଳା ସାଂସଦ ମାନେ ।

author img

By

Published : Jul 26, 2019, 11:01 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଜେପି ସାଂସଦ ରମାଦେବୀଙ୍କ ପ୍ରତି ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କ ବିବାଦୀୟ ବୟାନକୁ ନେଇ ଶୁକ୍ରବାର ମଧ୍ୟ ଲୋକସଭାରେ ହଙ୍ଗାମା ଜାରି ରହିଥିଲା । ଶୁକ୍ରବାର ଗୃହ ଆରମ୍ଭ ହେବା ମାତ୍ରେ ଆଜମ୍‌ଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ମହିଳା ସାଂସଦ ମାନେ । ତାଙ୍କ ବୟାନକୁ ନେଇ କଡା ପ୍ରତିକ୍ରିୟା ଦେବା ସହ ଆଜମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେମାନେ । ଏହା ସହିତ ନିଜ ବୟାନ ପାଇଁ ଆଜମ ଖାନ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

ତେବେ ବିଜେପି ସହ ଅନ୍ୟ ବିରୋଧୀ ଦଳ ମାନେ ମଧ୍ୟ ତାଙ୍କୁ ଆଜମଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହାକୁ କଡା ନିନ୍ଦା କରିବା ସହ ମହିଳାଙ୍କ ଅପମାନକୁ ମୁଁ ବିରୋଧ କରୁଛି ବୋଲି ସେ କହିଛନ୍ତି ।

ଆଜମ୍‌ ଖାନ୍‌ଙ୍କ ମନ୍ତବ୍ୟ ଦେଶ ପାଇଁ ଲଜ୍ଜାଜନକ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି । ତାଙ୍କ ଭୁଲ ପାଇଁ ସେ ଗୃହରେ ଭୁଲ ମାଗିବା ଉଚିତ୍‌ ବୋଲି ସେ କହିଛନ୍ତି । ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏହାକୁ ବିରୋଧ କରି କହିଛନ୍ତି, "ଆଜମ୍‌ ଖାନଙ୍କ ମନ୍ତବ୍ୟ ଘୋର ନିନ୍ଦନୀୟ। ମହିଳାଙ୍କୁ ସମର୍ଥନ କରୁଥିବା ସମସ୍ତ ସଦସ୍ୟଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ମହିଳାଙ୍କ ସମ୍ବନ୍ଧୀୟ ମାମଲାକୁ ରାଜନୀତିକରଣ କରିବା ତାଙ୍କର ସମ୍ମାନ ନେବା ସହ ସମାନ । ତେଣୁ ଆମକୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି"।

ବିଜେପି ନେତା ରବିଶଙ୍କର ପ୍ରସାଦ ମଧ୍ୟ ଏହାକୁ ବିରୋଧ କରି କହିଛନ୍ତି , "ଯେଉଁଭଳି ଭାବରେ ଭାଷାର ବ୍ୟବହାର କରାଯାଇଛି ତାହା ଲଜ୍ଜାଜନକ । ରମାଦେବୀ ଜଣେ ବରିଷ୍ଠ ଏବଂ ବୁଝାସୁଝା ନେତ୍ରୀ । ସେ କାମଚଳା ବାଚସ୍ପତି ଆସନରେ ବସିଥିଲେ । ତାଙ୍କ ବିରୋଧରେ ଯେଉଁ ଟିପ୍ପଣୀ ତାହା ଲଜ୍ଜାର ବିଷୟ । ଆଜମ କ୍ଷମା ମାଗନ୍ତୁ ନଚେତ୍ ସଂସଦରୁ ତାଙ୍କୁ ନିଲମ୍ବିତ କରାଯାଉ ବୋଲି ସେ କହିଛନ୍ତି"।

ସେପଟେ ଆଜମଖାନଙ୍କ କାର୍ଯ୍ୟାନୁଷ୍ଠାନ ଦାବିକୁ ନେଇ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା କହିଛନ୍ତି, ବିଭିନ୍ନ ଦଳର ସାଂସଦଙ୍କ ମତ ଜାଣିବା ପରେ ହିଁ ଏନେଇ କୌଣସି ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ, ଗୁରୁବାର ବାଚସ୍ପତି ଓମ ବିର୍ଲାଙ୍କ ଅନୁପସ୍ଥିତିରେ ବିଜେପି ସାଂସଦ ରମା ଦେବୀ ଗୃହକାର୍ଯ୍ୟ ପରିଚାଳନା କରୁଥିଲେ । ଟ୍ରିପଲ ତଲାକ ବିଲ୍‌କୁ ନେଇ ଚାଲିଥିବା ଆଲୋଚନା ସମୟରେ ଆଜମ କହିଥିଲେ, ରମା ଦେବୀ, ଆପଣ ମୋତେ ଏତେ ଭଲ ଲାଗନ୍ତି ଯେ ମୁଁ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେବାକୁ ଚାହେଁ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.