ETV Bharat / bharat

ପ୍ରତିଦିନ ଦେଶରେ ସୁସ୍ଥ ହେଉଛନ୍ତି 75000 ଆକ୍ରାନ୍ତ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

author img

By

Published : Oct 8, 2020, 1:38 PM IST

ପ୍ରତିଦିନ ଦେଶରେ 75,000 ରୁ ଅଧିକ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ତେବେ ଦେଶର କୋରୋନା ଆକ୍ଚିଭ ମାମଲା ତୁଳନାରେ ଦେଶର ସୁସ୍ଥ ହାର 6.3 ଗୁଣ ଅଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର କହିଛନ୍ତି ।

ପ୍ରତିଦିନ ଦେଶରେ ସୁସ୍ଥ ହେଉଛନ୍ତି 75000 ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଏପଟେ ପ୍ରତିଦିନ ଦେଶରେ 75,000 ରୁ ଅଧିକ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ତେବେ ଦେଶର କୋରୋନା ଆକ୍ଚିଭ ମାମଲା ତୁଳନାରେ ଦେଶର ସୁସ୍ଥ ହାର 6.3 ଗୁଣ ଅଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର କହିଛନ୍ତି ।

ଦେଶରେ ମେ ମାସରେ କୋରୋନାରେ 50,000 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅକ୍ଟୋବରରେ ଏହାର ବୃଦ୍ଧି ଘଟି 57 ରେ ପହଞ୍ଚିଛି । ଏହି କ୍ରମରେ ବର୍ତ୍ତମାନ ପ୍ରତିଦିନ 75,000 ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ।

ତେବେ ଆଇସିଏମଆର ଅନୁଯାୟୀ, ଗତ 24 ଘଣ୍ଟାରେ ଦେଶରେ 11 ଲକ୍ଷ 94 ହଜାର 321 ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଏଯାବତ୍ ଦେଶରେ 8 କୋଟି 34 ଲକ୍ଷ 65 ହଜାର 975 କୋରୋନା ପରୀକ୍ଷା କରାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ, 24 ଘଣ୍ଟାରେ ଦେଶରେ 78 ହଜାର 524ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 971 ଜଣଙ୍କର ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 68 ଲକ୍ଷ 35 ହଜାର 665ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 58 ଲକ୍ଷ 27 ହଜାର 705 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଲକ୍ଷ 02 ହଜାର 425 ଜଣ ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ଏବେସୁଦ୍ଧା ଦେଶରେ 1 ଲକ୍ଷ 5 ହାଜର 526 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.