ETV Bharat / bharat

ମହାମାରୀରେ ବିଦେଶରୁ 6,50,000 ଭାରତୀୟ ସ୍ଥାନାନ୍ତରିତ: କେନ୍ଦ୍ରସରକାର - କୋରୋନା ମହାମାରୀ

ମହାମାରୀ ମଧ୍ୟରେ ବିଦେଶରୁ 6,50,000 ଭାରତୀୟଙ୍କୁ ସ୍ବଦେଶ ସ୍ଥାନାନ୍ତର କରାଯାଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ସୋମବାର ସୂଚନା ଦେଇଛନ୍ତି।

ମହାମାରୀ ମଧ୍ୟରେ ବିଦେଶରୁ 6,50,000 ଭାରତୀୟ ସ୍ଥାନାନ୍ତରିତ: କେନ୍ଦ୍ରସରକାର

author img

By

Published : Jul 14, 2020, 8:49 AM IST

ନୂଆଦିଲ୍ଲୀ: ବିଶ୍ବରେ ତାଣ୍ଡବ ରଚୁଛି ଅଦୃଶ୍ୟ ଭାଇରସ। ଏହି ସମୟରେ ଅନ୍ୟ ରାଜ୍ୟରେ ଓ ବିଦେଶରେ ଫସି ରହିଥିବା ଲୋକମାନେ ନିଜ ନିଜ ଜନ୍ମମାଟିକୁ ବାହୁଡିଛନ୍ତି। ତେବେ ମହାମାରୀ ମଧ୍ୟରେ ବିଦେଶରୁ 6,50,000 ଭାରତୀୟଙ୍କୁ ସ୍ବଦେଶ ସ୍ଥାନାନ୍ତର କରାଯାଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ସୋମବାର ସୂଚନା ଦେଇଛନ୍ତି।

ବିଦେଶରେ ରହିଥିବା ସମସ୍ତେ ଭାରତୀୟଙ୍କୁ ସୁବିଧାରେ ବିମାନ ଯୋଗେ ଆଣିବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପୁରୀ ଟ୍ବିଟ କରି କହିଛନ୍ତି। ଏହାସହ ଦେଶରେ ଫସି ରହିଥିବା 80 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ମଧ୍ୟ ସ୍ଥାନନ୍ତର କରାଯାଇଛି।

“ସମଗ୍ର ବିଶ୍ୱରେ ପରିସ୍ଥିତି କ୍ରମାଗତ ଭାବରେ ବିକଶିତ ହେଉଛି ଏବଂ ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହେଉଛି। ସମୟ ସମୟରେ ଭିବିଏମ୍ ରାମ୍ପ୍ କରାଯାଉଛି । ଆମେ ପ୍ରତ୍ୟେକ ଭାରତୀୟଙ୍କୁ ଫେରାଇ ଆଣିବାକୁ କିମ୍ବା ଯେଉଁମାନେ ଚାହୁଁଛନ୍ତି ସେମାନଙ୍କୁ ଦେଶକୁ ଆଣିବାକୁ ଚେଷ୍ଟା କରୁଛୁ।

ମୁଁ ଆପଣଙ୍କୁ ପରିସ୍ଥିତି ବୁଝୁଛି ଏବଂ ସାମାନ୍ୟ ଧୈର୍ଯ୍ୟ ପାଇଁ ଅନୁରୋଧ କରୁଛି । ଆମେ ଆପଣଙ୍କ ସମସ୍ତଙ୍କୁ ସ୍ବଦେଶକୁ ଫେରାଇ ଆଣିବୁ ବୋଲି ପୁରୀ କହିଛନ୍ତି।

କୋରୋନାଭାଇରସ୍ ମହାମାରୀ ହେତୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ବନ୍ଦେ ଭାରତ ମିଶନ କାର୍ଯ୍ୟ କରାଯାଉଛି। ମିଶନର ପ୍ରଥମ ଭାଗ 7 ମେ’ରୁ ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.