ସିମଲା: ଭୋଟରଙ୍କୁ ସଚେତନ କରାଇବା ପାଇଁ ସ୍କୁଲ ଛାତ୍ରୀଙ୍କ ନିଆରା ପ୍ରୟାସ । ମାନବ ଶୃଙ୍ଖଳ କରି ଦେଶବାସୀଙ୍କୁ ଭୋଟ ଦେବାକୁ ସଚେତନ କରିଛନ୍ତି ପ୍ରାୟ 5ହଜାର ସ୍କୁଲ ଛାତ୍ରୀଛାତ୍ରୀ । ହିମାଚଳପ୍ରଦେଶରେ ଉନା ସହରରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ।
ସ୍କୁଲର ଛାତ୍ରଛାତ୍ରୀ ଭାରତ ମାନଚିତ୍ର ଆକୃତିର ମାନବ ଶୃଙ୍ଖଳ କରିଥିଲେ । ମେ’ 19 ତାରିଖରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଥିବାରୁ ଲୋକଙ୍କୁ ସଚେତନ କରିବା ପାଇଁ ସ୍କୁଲ ଛାତ୍ରଛାତ୍ରୀ ଏଭଳି ନିଆରା ପ୍ରୟାସ କରିଥିଲେ ।
ଦେଶରେ ଚାଲିଛି ନିର୍ବାଚନ । ଭୋଟରଙ୍କୁ ମତଦାନ ପାଇଁ ଆକୃଷ୍ଟ କରିବା ପାଇଁ ସରକାର ପିଙ୍କ୍ ବୁଥ୍ ଠାରୁ ଆରମ୍ଭ କରି ମଡେଲ ବୁଥ୍ର ବ୍ୟବସ୍ଥା କରିଛନ୍ତି । ତଥାପି ଅନେକ ନିର୍ବାଚନୀ ମଣ୍ଡଳୀରେ ଆଶାତୀତ ମତଦାନ ହେଉନାହିଁ । ତେଣୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କୁ ସଚେତନ କରିବା ପାଇଁ ଆଗକୁ ଆସିଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଏଭଳି ନିଆରା ସଚେତନକୁ ସବୁ ମହଲରୁ ବେଶ୍ ପ୍ରଶଂସା କରାଯାଇଛି ।