ETV Bharat / bharat

କୋରୋନା ମୁକାବିଲା: ବିକଶିତ ହେଉଛି 40ଟି ନୂଆ ଟିକା

author img

By

Published : Apr 13, 2020, 1:45 PM IST

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ରେ ବିକଶିତ ହେଉଛି 40ରୁ ଅଧିକ ଟିକା । କୋରୋନା ଭାଇରସ ସଂକ୍ରମଣ ସହ ଲଢିବା ପାଇଁ ଏହି ଟିକାକୁ ପ୍ରସ୍ତୁତ କରାଯାଉଛି ।

40 Covid-19 vaccines under development
ବିକଶିତ ହେଉଛି 40ଟି ନୂଆ ଟିକା

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ରେ ବିକଶିତ ହେଉଛି 40ରୁ ଅଧିକ ଟିକା । କୋରୋନା ଭାଇରସ ସଂକ୍ରମଣ ସହ ଲଢିବା ପାଇଁ ଏହି ଟିକାକୁ ପ୍ରସ୍ତୁତ କରାଯାଉଛି । ତେବେ ପରବର୍ତ୍ତୀ ପର୍ଯ୍ୟାୟ ଯାଏଁ ପହଞ୍ଚି ପାରି ନଥିବା ରବିରା ଆଇସିଏମଆର୍ ସୂଚନା ଦେଇଛି ।

ଆଇସିଏମଆରର ମନୋଜ ମୁରହେକର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘40 ରୁ ଅଧିକ ଟିକା ବିକଶିତ କରାଯାଉଛି । କିନ୍ତୁ ସେମାନଙ୍କ ମଧ୍ୟରୁ କୌଣସି ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚି ନାହାଁନ୍ତି। ଭାରତ ମଧ୍ୟ ଟିକା ବିକଶିତ କରିବାକୁ ଉଦ୍ୟମ କରୁଛି। ’

ସେ କହିଛନ୍ତି, ଦେଶରେ ମୋଟ୍ 219ଟି କୋଭିଡ-19 ପରୀକ୍ଷା ସୁବିଧା ରହିଛି । ସେମାନଙ୍କ ମଧ୍ୟରୁ 151 ସରକାରୀ ଏବଂ 68 ବେସରକାରୀ । ରବିବାର ଅପରାହ୍ନ 2ଟା 30 ମିନିଟ ସୁଦ୍ଧା 1,86,906 ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ 7,953 (4.3 ପ୍ରତିଶତ) ପଜିଟିଭ୍ ପରୀକ୍ଷା କରାଯାଇଛି। ଗତ 5 ଦିନ ମଧ୍ୟରେ ଦିନକୁ 15,747 ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଦିନକୁ 584 ଟି ନମୁନା ପଜିଟିଭ୍ ଆସୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.