ETV Bharat / bharat

ଲକଡାଉନ୍ ନିୟମ ଉଲଂଘନ, ଆସାମରେ 2050 ଜଣ ଗିରଫ - ଆସାମ ପୋଲିସ

ଆସାମ ପୋଲିସ ଲକଡାଉନ ଆଦେଶକୁ ଅବମାନନା କରିିିଥିବା 2050 ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗତ 29 ଦିନ ମଧ୍ୟରେ ଗିରଫ କରିଛି ।

violating lockdown norms
ଲକଡାଉନ୍ ନିୟମ ଉଲଂଘନ
author img

By

Published : Apr 23, 2020, 10:56 AM IST

ଗୌହାଟୀ: ଆସାମ ପୋଲିସ ଲକଡାଉନ ଆଦେଶକୁ ଅବମାନନା କରିିିଥିବା 2050ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗତ 29 ଦିନ ମଧ୍ୟରେ ଗିରଫ କରିଛି । ସେମାନଙ୍କ ଠାରୁ ପାଖାପାଖି ଏକ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ପୋଲିସ କହିଛି।

ଲକଡାଉନ୍ ବିଷୟରେ ଦୈନିକ ରିପୋର୍ଟରେ ଆସାମ ପୋଲିସ କହିଛି ଯେ, ଲକଡାଉନ୍ ଆରମ୍ଭରୁ 2007ଟି ଘଟଣାରେ 1,156ଟି ମାମଲା ରୁଜୁ ହୋଇଛି। ସେହି ଅନୁଯାୟୀ, 2059 ଜଣଙ୍କୁ ଗିରଫ କରାଯାଇଛି ଏବଂ ଲକଡାଉନ୍ ନିୟମ ଉଲ୍ଲଂଘନ କରି ମୋଟ 98,75,400 ଟଙ୍କା ଜରିମାନା ସଂଗ୍ରହ କରାଯାଇଛି ବୋଲି ଏଥିରେ କୁହାଯାଇଛି।

ଏଥିସହ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମୋଟ 17,268 ଟି ଗାଡି ଏବଂ 25 ଟି ଡଙ୍ଗା ଜବତ କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ମିଥ୍ୟା ଖବର ବିରୋଧରେ ରାଜ୍ୟ ପୋଲିସ ମଧ୍ୟ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରୁଛି। ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ବିଷୟବସ୍ତୁ ଏବଂ COVID-19 ବିଷୟରେ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ବୁଧବାର 85 ଟି ମାମଲା ରୁଜୁ ହୋଇଥିବା ବେଳେ ମିଥ୍ୟା ପ୍ରଚାର କରି 46 ଜଣଙ୍କୁ ଗିରଫ କରାଯାଇଛି।

ରାଜ୍ୟରେ ମାରାତ୍ମକ କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ 12 ଟି ଜିଲ୍ଲାର 21 ଟି ସ୍ଥାନକୁ ସିଲ୍ କରି କର୍ତ୍ତୃପକ୍ଷଙ୍କ ଦ୍ବାରା କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ, କୋରୋନା ଭାଇରସ ପାଇଁ ରାଜ୍ୟ ମୋଟ 5,514 ନମୁନା ପରୀକ୍ଷା କରିଛି, ସେଥିମଧ୍ୟରୁ 34 ଟି ମଙ୍ଗଳବାର ରାତି ପର୍ଯ୍ୟନ୍ତ ପଜିଟିଭ୍ ଚିହ୍ନଟ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.