ETV Bharat / bharat

କର୍ଣ୍ଣାଟକରେ 20 ପୋଲିସ ଷ୍ଟେସନ ସିଲ୍

author img

By

Published : Jul 6, 2020, 4:36 PM IST

କର୍ଣ୍ଣାଟକରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏପଟେ ବହୁ ପୋଲିସ କୋରୋନା ଆକ୍ରାନ୍ତ ହେବାପରେ ବେଙ୍ଗାଲୁରୁର 20 ପୋଲିସ ଷ୍ଟେସନକୁ ସିଲ କରାଯାଇଛି ।

seal
କର୍ଣ୍ଣାଟକରେ 20 ପୋଲିସ ଷ୍ଟେସନ ସିଲ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏପଟେ ବହୁ ପୋଲିସ କୋରୋନା ଆକ୍ରାନ୍ତ ହେବାପରେ ବେଙ୍ଗାଲୁରୁର 20 ପୋଲିସ ଷ୍ଟେସନକୁ ସିଲ କରାଯାଇଛି ।

ଗତ କିଛି ସପ୍ତାହ ହେବ ପୋଲିସ ବିଭାଗର ବହୁ ଅଧିକାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ କହିଛନ୍ତି ।

ଏଥିସହ ସେ କହିଛନ୍ତି, ତଥାପି ଲୋକମାନେ ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ ଏବଂ ପୋଲିସ୍ ଷ୍ଟେସନ ବାହାରେ ଆରମ୍ଭ ହୋଇଥିବା ହେଲ୍ପ ଡେସ୍କରେ ଅନ୍ୟାନ୍ୟ ସମସ୍ୟାର ସମାଧାନ ହୋଇପାରିବ। ଅଧିକାଂଶ ସ୍ଥାନରେ ଯେଉଁଠାରେ ପୋଲିସ୍ ଷ୍ଟେସନରେ କୋରୋନା ପଜେଟିଭ ମାମଲା ଆସିଛି ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଷ୍ଟେସନକୁ ସିଲ୍ କରାଯାଇଛି। ଏଥିସହ ପୋଲିସ ଷ୍ଟେସନକୁ ସାନିଟାଇଜ କରାଯାଇଛି । ତେବେ କିଛି ପୋଲିସ ଷ୍ଟେସନ ବାହାରେ କାର୍ଯ୍ୟକ୍ଷମ ହେବ।ଏହାଛଡା ସେ କହିଛନ୍ତି, ଟ୍ରାଫିକ ପୋଲିସ, ସିଭିଲ ପୋଲିସ ସହିତ ହୋମଗାର୍ଡଙ୍କୁ ମଧ୍ୟ ସେଫ୍ଟି ଗ୍ଲୋଭ, ଫେସ୍ ମାସ୍କ ଏବଂ ସାନିଟାଇଜର ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କର୍ଣ୍ଣାଟକରେ ବର୍ତ୍ତମାନ 23,474 କୋରୋନା ମାମଲା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.