ଗୌହାଟୀ: ଆସାମ ସରକାରଙ୍କ ଚିନ୍ତା ବଢାଉଛି ଆଫ୍ରିକୀୟ ସ୍ବାଇନ ଫ୍ଲୁ । ଦିନକୁ ଦିନ ବଢି ଲାଗିଛି ଘୁଷୁରୀ ମୃତ୍ୟୁ ସଂଖ୍ୟା । ରାଜ୍ୟ ପଶୁ ପାଳନ ମନ୍ତ୍ରୀ ଏନେଇ କହିଛନ୍ତି ଯେ ଆଫ୍ରିକୀୟ ସ୍ବାଇନ ଫ୍ଲୁ ରାଜ୍ୟରେ ଏବେ ସୁଦ୍ଧା 15,000 ରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଛି ।
ଘୁଷୁରୀ ପାଳକମାନଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଘୁଷୁରି ଦ୍ରବ୍ୟ ବିକ୍ରୟ ତଥା ବ୍ୟବହାରରେ ସରକାର କିଛି ଆରାମ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ପୁରା ଦେଶରେ କୋରୋନା ସଂକ୍ରମଣ ବ୍ୟାପି ଚାଲିଥିବା ବେଳେ ଆାସମରେ ଆଫ୍ରିକୀୟ ସ୍ବାଇନ ଫ୍ଲୁ ପ୍ରତିଦିନ ବଢିବାରେ ଲାଗିଛି । ଆଜି ପର୍ଯ୍ୟନ୍ତ 15,600 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଫଳରେ ଏହାକୁ କାବୁ କରିବାକୁ ସରକାର ଚେଷ୍ଟା ଚଳାଇଛନ୍ତି । 10 ଜିଲ୍ଲାକୁ ହାଇ ଆଲର୍ଟ କରାଯାଇଛି । ତେବେ ଘୁଷୁରୀ ଚାଷ ଉପରେ ନିର୍ଭର କରୁଥିବା ଚାଷୀଙ୍କ ପାଇଁ ସରକାର କେନ୍ଦ୍ରଠାରୁ 144 କୋଟିର ରିଲିଫ ପ୍ୟାକେଜ ପାଇଁ ନିବେଦନ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।