ETV Bharat / bharat

କୋରୋନା ଟୀକା ସମ୍ପର୍କିତ ଭୁଲ ତଥ୍ୟରେ ରୋକ ଲଗାଇବାକୁ ଜାତିସଂଘ ସହ ହାତ ମିଶାଇଲେ 100 ବୈଜ୍ଞାନିକ - ଜାତିସଂଘ

କୋରୋନା ଟିକାକୁ ନେଇ ଭୁଲ ତଥ୍ୟ ଉପରେ ରୋକ ଲଗାଇବାକୁ 100ରୁ ଅଧିକ ବୈଜ୍ଞାନିକ ମିଳିତ ଜାତିସଂଘ ସହ ଯୋଗ ଦେଇଛନ୍ତି। ଏହି ବୈଜ୍ଞାନିକମାନେ ବିଭିନ୍ନ ଦେଶରେ ହେଉଥିବା କୋରୋନା ଟିକାକୁ ପରୀକ୍ଷଣ ତଥା ଗବେଷଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେବେ। ଅଧିକ ପଢ଼ନ୍ତୁ...

କୋରୋନା ଟିକା ସମ୍ପର୍କିତ ଭୁଲ ତଥ୍ୟ ଉପରେ ରୋକ ଲଗାଇବାକୁ ଜାତିସଂଘ ସହ ଯୋଗଦେଲେ 100 ବୈଜ୍ଞାନିକ

author img

By

Published : Nov 17, 2020, 5:42 PM IST

ନୂଆଦିଲ୍ଲୀ: କୋରୋନା ଟିକାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଭୁଲ ତଥ୍ୟର ପ୍ରଚାର ତଥା ପ୍ରସାର ହେଉଛି। ଏଭଳି ଭୁଲ ତଥ୍ୟ ଉପରେ ରୋକ ଲଗାଇବାକୁ 100ରୁ ଅଧିକ ବୈଜ୍ଞାନିକ ମିଳିତ ଜାତିସଂଘ ସହ ଯୋଗ ଦେଇଛନ୍ତି। ଏହି ବୈଜ୍ଞାନିକମାନେ ବିଭିନ୍ନ ଦେଶରେ ହେଉଥିବା କୋରୋନା ଟିକାକୁ ପରୀକ୍ଷଣ ତଥା ଗବେଷଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେବେ। ଏହାସହ କେତେକ ଦେଶ ବିକଶିତ କରିଥିବା କୋରୋନା ଟିକାର କାର୍ଯ୍ୟକାରୀତା ଓ ନିରାପତ୍ତା ସମ୍ପର୍କର ମଧ୍ୟ ସୂଚନା ଦେବେ ଏହି 100 ଜଣିଆ ବୈଜ୍ଞାନିକ ଟିମ।

ଭାରତର ପ୍ରାୟ 22 ଜଣ ବୈଜ୍ଞାନିକ ଏଥିରେ ସାମିଲ ହୋଇଛନ୍ତି। ଏଥିମଧ୍ୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଓ ସମ୍ ହସ୍ପିଟାଲ୍, ନିଜାମ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ,, ଆଇଆଇଟି ଇନ୍ଦୋର, ଖ୍ରୀଷ୍ଟିଆନ ମେଡିକାଲ କଲେଜ ଓ PGIMER ଭଳି ଅନୁଷ୍ଠାନର ବୈଜ୍ଞାନିକମାନେ ଯୋଗ ଦେଇଛନ୍ତି।

ଏହାକୁ ନେଇ ଭେଲୋର ଖ୍ରୀଷ୍ଟିଆନ ମେଡିକାଲ କଲେଜର ପ୍ରଫେସର ପ୍ରଫେସର ଗଗନଦୀପ କାଙ୍ଗ କହିଛନ୍ତି ଯେ, "ଏଭଳି ଏକ କାର୍ଯ୍ୟରେ ସାମିଲ ହୋଇଥିବାରୁ ମୁ ଗର୍ବ ଅନୁଭବ କରୁଛି। କୋରୋନା ଭାଇରସ କିଭଳି ଲୋକଙ୍କୁ ପୁନଃ ସଂକ୍ରମିତ କରୁଛି ଏହାକୁ ନେଇ ଲେଖିବା ଆରମ୍ଭ କରିବାକୁ ଆଲୋଚନା ହୋଇଛି। ବିଜ୍ଞାନ ପଛର ଥିବା କାହାଣୀକୁ ଜାଣିବାକୁ ଲୋକେ ସବୁବେଳେ ଭଲ ପାଇଥାନ୍ତି। କିନ୍ତୁ ଏଭଳି ସ୍ଥିତିରେ କେତେକ ଅସାଧୁ ଲୋକେ ସାମାଜିକ ଗଣମାଧ୍ୟମର ଭୁଲ ତଥ୍ୟ ଦେଇଥାନ୍ତି। ସୋସିଆଲ ମିଡିଆ ସହ ଯୋଡ଼ି ହୋଇ ଲୋକଙ୍କୁ ଠିକ ତଥ୍ୟ ଦେବାକୁ ଉତ୍ସାହିତ ରହିଛି।"

କୋରୋନା ଟିକାକୁ ନେଇ ସାମାଜିକ ଗଣମାଧ୍ୟରେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ଖବର ଦେଖିବାକୁ ମିଳିଛି। କୋରୋନା ଭାଇରସ ସଂକ୍ରମଣ ପରେ ଲୋକେ ଏହା ବିଷୟରେ ଜାଣିବାକୁ ଅଧିକ ଇଚ୍ଛୁକ ରହିଥିଲେ। ଏଥିପାଇଁ କୋରୋନାକୁ ନେଇ କିଛି ବି ବିଭ୍ରାନ୍ତି ଖବର ବିଭିନ୍ନ ମିଡିଆରେ ଦେଖିବାକୁ ମିଳିଥିଲା। ଯାହାର ପ୍ରଭାବରେ ସୋସିଆଲ ମିଡିଆ ସହ ଲୋକଙ୍କ ଜୀବନରେ ମଧ୍ୟ ଦେଖିବାକୁ ମିଳିଥିଲା। ଫଳରେ ଲୋକଙ୍କ ମନରେ ଏକ ଭୟର ସଞ୍ଚାର ହେବାର ଆଶଙ୍କା ରହିଛି। ଏହାକୁ ଏଡ଼ାଇବାକୁ ନିଷ୍ପତ୍ତି ନେଇ ଜାତିସଂଘ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.