ETV Bharat / bharat

କ୍ଷମତାଠାରୁ ଅଧିକ ବୁକିଂ ହେଉଛି ରେଳ ଟିକେଟ

ମେ 12ରୁ ଦିଲ୍ଲୀ ଓ ଦେଶର ଅନ୍ୟ ସହର ମଧ୍ୟରେ 30ଟି ଟ୍ରେନ ଚଳାଚଳ କରୁଛି । ଏଥି ମଧ୍ୟରେ ବୁଧବାର 9ଟି ଟ୍ରେନରେ ପ୍ରାୟ 9000 ଲୋକ ରାଜଧାନୀ ଦିଲ୍ଲୀ ଛାଡିଛନ୍ତି ।

author img

By

Published : May 14, 2020, 12:17 PM IST

booking in trains
କ୍ଷମତାଠାରୁ ଅଧିକ ବୁକିଂ ହେଉଛି ରେଳ ଟିକେଟ

ନୂଆଦିଲ୍ଲୀ: ମେ 12ରୁ ଦିଲ୍ଲୀ ଓ ଦେଶର ଅନ୍ୟ ସହର ମଧ୍ୟରେ 30ଟି ଟ୍ରେନ ଚଳାଚଳ କରୁଛି । ଏଥି ମଧ୍ୟରେ ବୁଧବାର 9ଟି ଟ୍ରେନରେ ପ୍ରାୟ 9000 ଲୋକ ରାଜଧାନୀ ଦିଲ୍ଲୀ ଛାଡିଛନ୍ତି । ଗଣମାଧ୍ୟମ ଦ୍ବାରା ମିଳିଥିବା ତଥ୍ୟ ଅନୁଯାୟୀ, ଦିଲ୍ଲୀରୁ 9ଟି ଟ୍ରେନ୍ ମଧ୍ୟରୁ ଆଠଟି ହାୱଡା, ଜାମ୍ମୁ, ଥିରୁଅନନ୍ତପୁରମ୍, ଚେନ୍ନାଇ, ଦିବରୁଗଡ, ମୁମ୍ବାଇ, ରାଞ୍ଚି ଓ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛି।

ସରକାରୀ ତଥ୍ୟ ଏହା ମଧ୍ୟ ଦର୍ଶାଇଛି ଯେ ବୁଧବାର ପର୍ଯ୍ୟନ୍ତ 2 ଲକ୍ଷ 8 ହଜାର 965 ଯାତ୍ରୀ ଆସନ୍ତା 7 ଦିନ ମଧ୍ୟରେ ଏହି ସ୍ବତନ୍ତ୍ର ଟ୍ରେନ୍ ପାଇଁ ଟିକେଟ ବୁକିଂ କରିଛନ୍ତି। ବୁଧବାର ଯାତ୍ରା ସମୟରେ ଛାଡିଥିବା 9ଟି ଟ୍ରେନ୍ ମଧ୍ୟରୁ ହାୱଡାରୁ ନୂଆଦିଲ୍ଲୀ ଟ୍ରେନ୍ ଯାହା ଏକ ସମୟରେ 1 ହଜାର 126 ଜଣ ଲୋକଙ୍କୁ ନେଇପାରିବ, ସେଥିରେ ପ୍ରାୟ 1337 ଯାତ୍ରୀଙ୍କ ବୁକିଂ ଥିଲା ଯାହା ଟ୍ରେନର କ୍ଷମତାର 122 ପ୍ରତିଶତ ଅଟେ। ନୂଆଦିଲ୍ଲୀ - ଥିରୁଅନନ୍ତପୁରମ୍ ସ୍ବତନ୍ତ୍ର ଟ୍ରେନ ଏହାର କ୍ଷମତାରୁ 133 ପ୍ରତିଶତ ଅଧିକ ବୁକିଂ ହୋଇଥିବା ବେଳେ ନୂଆଦିଲ୍ଲୀ-ଚେନ୍ନାଇ ଟ୍ରେନ୍ 150 ପ୍ରତିଶତ ରହିଥିଲା।

ସେହିଭଳି ନୂଆଦିଲ୍ଲୀ- ଜାମ୍ମୁ ତାୱି ସ୍ବତନ୍ତ୍ର ଟ୍ରେନରେ 109 ପ୍ରତିଶତ, ନୂଆଦିଲ୍ଲୀ- ରାଞ୍ଚି ଟ୍ରେନ୍ 115 ପ୍ରତିଶତ, ନୂଆଦିଲ୍ଲୀ - ମୁମ୍ବାଇ ସେଣ୍ଟ୍ରାଲ୍ ଟ୍ରେନ୍ 117 ପ୍ରତିଶତି, ନୂଆଦିଲ୍ଲୀ - ଅହମ୍ମଦାବାଦ 102 ପ୍ରତିଶତ ଓ ନୂଆଦିଲ୍ଲୀ-ଦିବରୁଗଡ ଟ୍ରେନ୍ 133 ପ୍ରତିଶତ ଅଧିକ ବୁକିଂ ହୋଇଛି ।

ବୁଧବାର ସମୁଦାୟ 13 ଟି ଟ୍ରେନ ଚଳାଚଳ କରିଥିଲା। 9 ଜଣ ଦିଲ୍ଲୀରୁ ଯାତ୍ରା କରିଥିବା ବେଳେ 4ଟି ଦିଲ୍ଲୀ ପହଞ୍ଚିଥିଲା । 19 ହଜାର 374 ଯାତ୍ରୀ ଏଥିରେ ଯାତ୍ରା କରିଥିଲେ । ଦିଲ୍ଲୀରେ ପହଞ୍ଚିଥିବା ଟ୍ରେନ୍‌ ଗୁଡିକରେ ମଧ୍ୟ 130 ପ୍ରତିଶତ ଅଧିକ ବୁକିଂ ଥିବା ଅଧିକାରୀମାନେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.